Masthead

ଏଣିକି ଶତ୍ରୁକୁ ମିଳିବନି ନିସ୍ତାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ବ୍ରହ୍ମାସ୍ତ୍ର ଅଗ୍ନି-୫ । ଶତ୍ରୁକୁ କ୍ଷଣିକରେ ଧ୍ୱଂସ କରିଦେବ । ଟାର୍ଗେଟ୍ ରାଡାରେ ଆସିଯିବ ଅଧା ବିଶ୍ୱ । ଶତ୍ରୁ ରାଷ୍ଟ୍ର ଭୟରେ ଥରହର । ଶତ୍ରୁକୁ ମିଳିବନି ନିସ୍ତାର । ଭାରତକୁ ଆଖି ଉଠେଇ ଚାହିଁବାକୁ ହଜାରେ ଥର ଭାବିବେ ଶତ୍ରୁ । କାରଣ ଭାରତ ପାଖରେ ଥିବା ମିସାଇଲ ମାଡରେ ଶତ୍ରୁ ଶିବିରରେ ତ୍ରାହୀ ତ୍ରାହୀ ଡାକ ପଡିବ । ଭାରତ ପାଖରେ ଥିବା ସେହିଭଳି ବ୍ରହ୍ମାସ୍ତ୍ର ହେଉଛି ଅଗ୍ନି-୫ ମିସାଇଲ । ଯେଉଁ ମିସାଇଲକୁ ନେଇ ଭାରତର ଶତ୍ରୁଙ୍କର ଦେଶ ଏବେ ଚିନ୍ତାରେ ବଢିଯାଇଛି । ଖାସ୍ କରି ପାକିସ୍ତାନ ଓ ଚୀନ୍ । କାରଣ ଏହି ଅନ୍ତଃ ମହାଦେଶୀୟ ମିସାଇଲ ରାଡାରରେ ପୁରା ପାକିସ୍ତାନ ଓ ଚୀନ୍ ଆସିଥିବା କୁହାଯାଉଛି । ଚୀନ୍ର ଏଭଳି କିଛି ସହର ନାହିଁ ଯିଏ ଏହି ମିସାଇଲ ଆକ୍ରମଣରୁ ବଞ୍ଚି ପାରିବ ।

ଆସନ୍ତୁ ଜାଣିବା ଭାରତର ଏହି ଅଗ୍ନି ୫ ମିସାଇଲ ବିଷୟରେ ଅଧିକ କିଛି । ଡିଆର୍ଡିଓ ଓ ବିଡିଏଲ୍ ମିଳିତ ଭାବେ ଏହି ଅନ୍ତଃ ମହାଦେଶୀୟ ମିସାଇଲକୁ ନିର୍ମାଣ କରିଛନ୍ତି । ଯାହାର ଟାର୍ଗେଟ୍ ରାଡାର ୫ ରୁ ୮ ହଜାର କିଲୋମିଟର ରହିଛି । କିନ୍ତୁ ଏହି ଟାର୍ଗେଟ୍ ରେଞ୍ଜକୁ ନେଇ ଚୀନ୍ ସବୁ ବେଳେ ଆପତ୍ତି ଉଠାଇଛି । କାରଣ ଏହି ମିସାଇଲର ରେଞ୍ଜକୁ ନେଇ ଭାରତ ସଠିକ୍ ତଥ୍ୟ ଦେଉନଥିବା କହୁଛି ଚୀନ୍ । ଆଉ ଏଭଳି ଅଭିଯୋଗ ଆଣିବା ପଛର ବଡ କାରଣ ହେଉଛି ଏହି ମାସାଇଲ୍ ଟାର୍ଗେଟ୍ ରେଞ୍ଜରେ ଚୀନ୍ ଆସୁଛି । ଅଗ୍ନି-୫ ମିସାଇଲର ଓଜନ ୫୦ ହଜାର କିଲୋଗ୍ରାମ ରହିଛି ।ଏହାର ଲମ୍ବ ୧୭.୫ ମିଟର ରହିଥିବା ବେଳେ ଏହାର ବ୍ୟାସ ୨ ମିଟର ଅର୍ଥାତ୍ ୬.୭ ଫୁଟ୍ ରହିଛି । ଏହାର ଉପର ପାଶ୍ୱର୍ରେ ୧୫ ଶହ କିଲୋଗ୍ରାମର ପରମାଣ୍ୁ ଅସ୍ତ୍ର ଲଗାଯାଇପାରିବ । ତେଣୁ ଶତ୍ରୁ ଦେଶ ପାଇଁ ଏହା କେତେ ପରିମାଣର ଘାତକ ସାଜିବ ତାହା ଅନୁମାନ କରିବା କଷ୍ଟକର । ଏହି କ୍ଷେପଣାସ୍ତ୍ରଟି ଏକ ରିଙ୍ଗ୍ ଲେଜର ଜିରୋସ୍କୋପ୍ ନିଷ୍କ୍ରିୟ ନାଭିଗେସନ୍ ସିଷ୍ଟମ୍ (ଘବଙ୍ଖଓଉ) ସହିତ ସଜାଯାଇଛି ଯାହା ଉପଗ୍ରହର ମାର୍ଗଦର୍ଶନ ସହିତ କାମ କରେ ଜ୍ଝ ଏହି କ୍ଷେପଣାସ୍ତ୍ର ପିନପଏଣ୍ଟ ସଠିକତା ସହିତ ଏହାର ଲକ୍ଷ୍ୟକୁ ମାରିବାରେ ସକ୍ଷମ ଅଟେ ଜ୍ଝ ଏହି କ୍ଷେପଣାସ୍ତ୍ରକୁ ଏପରି ଭାବରେ ପ୍ରୋଗ୍ରାମ କରାଯାଇଛି ଯେ ପୃଥିବୀର ମାଧ୍ୟାକର୍ଷଣ ଟାଣ ହେତୁ ଏହାର ଗତିପଥର ଶିଖରରେ ପହଞ୍ଚିବା ପରେ ଏହା ପୃଥିବୀ ଆଡକୁ ଗତି କରିଥାଏ। ଏହି କ୍ଷେପଣାସ୍ତ୍ର ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲାବେଳେ ବାୟୁମଣ୍ଡଳୀୟ ବାୟୁ ଏହାର ବାହ୍ୟ ଚର୍ମକୁ ଘଷିବା ଦ୍ୱାରା ତାପମାତ୍ରା ୪,୦୦୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଯାଏ।

ଭାରତ ଏହି କ୍ଷେପଣାସ୍ତ୍ରର ସାତୋଟି ପରୀକ୍ଷଣ କରିସାରିଛି, ଯାହାର ସୀମା ୫୦୦୦ କିଲୋମିଟରରୁ ଅଧିକ.. ୨୦୧୮ ରେ ଶେଷ ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ରର ଉଡ଼ାଣ ପ୍ରଦର୍ଶନକୁ ରାଡାର, ଟ୍ରାକିଂ ଉପକରଣ ଏବଂ ପର୍ୟ୍ୟବେକ୍ଷଣ ଷ୍ଟେସନ ଦ୍ୱାରା ନଜର ରଖାଯାଇଥିଲା ଜ୍ଝ ମିସାଇଲରେ ୩ ସ୍ତରୀୟ ରକେଟ୍ ବୁଷ୍ଟର ରହିଛି । ଆଉ ସବୁଠାରୁ ବଡ କଥା ହେଉଛି ଧ୍ୱନୀର ଗତିଠାରୁ ଏହା ୨୪ ଗୁଣା ଅଧିକ ଗତିରେ ଏହା ଶତ୍ରୁକୁ ଟାର୍ଗେଟ୍ କରିପାରେ । ଘଣ୍ଟା ପ୍ରତି ୨୯ ହଜାର କିଲୋମିଟର ବେଗରେ ଗତିକରୁଥିବା ମିସାଇଲ କିଛି ମିନିଟ୍ ମଧ୍ୟରେ ଭାରତର ଅଖ ପାଖରେ ଥିବା ଶତ୍ରୁ ଦେଶକୁ ସାବାଡ୍ କରିବା ପାଇଁ ଯଥେଷ୍ଟ । ଟାର୍ଗେଟ୍ରୁ ଆଦୌ ଲକ୍ଷ ଚ୍ୟୁତ ହେଉନଥିବା ଅଗ୍ନି-୫ ଶତ୍ରୁକୁ ସଂହାର କରିବାକୁ ବାସ୍ କେଇ ମିନିଟ୍ ସମୟ ନେଇଥାଏ । ୨୦୦୭ ମସିହାରେ ଭାରତୀୟ ବୈଜ୍ଞାନିକ ବି ନଟରାଜନ ଏହି ପ୍ରୋଜେକ୍ଟକୁ ନେଇ ଯୋଜନା ପ୍ରସ୍ତୁତ କରିଥିଲେ । ଭାରତର ଏହି ମିସାଇଲ ଟାର୍ଗେଟ୍ ରାଡାରରେ ଅଧା ବିଶ୍ୱ ଆସୁଛି । ପୁରା ଏସିଆ ମହାଦେଶ ସମେତ, ୟୁରୋପ ଓ ଆଫ୍ରିକାର କିଛି ଦେଶକୁ ଏହି ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ଜରିଆରେ ଟାର୍ଗେଟ୍ କରାଯାଇ ପାରିବ । ଏଥିରେ ଯେଉଁ ଏମ୍ଆଇଆର୍ଭି ଜ୍ଞାନକୌଶଳ ଆପଣାଯାଇଛି ଏହା ଦ୍ୱାରା ମାସାଇଲର ଉପର ପାଶ୍ୱର୍ରେ ଏକାଧିକ ଅସ୍ତ୍ର ଲଗାଯାଇ ପାରିବ । ତେଣୁ ଶତ୍ରୁ ପକ୍ଷର ଏକାଧିକ ସ୍ଥାନ ଉପରେ ଏକାଥରକେ ଏହି ମାସାଇଲ ଦ୍ୱାରା ଆକ୍ରମଣ କରାଯାଇ ପାରିବ । ଏହି ମିସାଇଲକୁ ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡରେ ସାମିଲ କରାଯିବ । ଯେଉଁଠାରୁ ଭାରତର ସମସ୍ତ ମିସାଇଲକୁ ସଂଚାଳିତ କରାଯାଇପାରିବ ।

ଏହାର ଟାର୍ଗେଟ୍ ବେଗ ଓ ବିଧ୍ୱଂସକାରରୀ ଗୁଣ ଶତ୍ରୁଙ୍କର ନିଦ ହଜାଇବା ପାଇଁ ଯଥେଷ୍ଟ । ଆଗକୁ ଅଗ୍ନି-୬ ମିସାଇଲ ନିର୍ମାଣ କରିବ ଭାରତ । ଯାହାର ମାରକ କ୍ଷମତା ୮ରୁ ୧୨ ହଜାର କିଲୋମିଟର ରହିବ । ତେଣୁ ଭାରତ ଏଭଳି ବ୍ରହ୍ମାସ୍ତ୍ରର ନିର୍ମାଣ କରି ଏବେ ଚୀନ୍ ଓ ପାକିସ୍ତାନ ପରି ଶତ୍ରୁ ଦେଶର ନିଦ ହଜାଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!