Masthead

୯ଟାରୁ ୧୦ଟା ମଧ୍ୟରେ ‘ଗୁଲାବ’ର ଲ୍ୟାଣ୍ଡଫଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାତି ୯ ଟାରୁ ୧୦ ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ ରୁ ୮୦ ଏବଂ ଝଟକା ପବନ ଘଣ୍ଟାପ୍ରତି ସର୍ବାଧିକ ୯୫ ପର୍ୟ୍ୟନ୍ତ ରହିବ। ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ । ଏହି ଜିଲ୍ଲାରେ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ପବନର ବେଗ । ସାଇକ୍ଲୋନର ବ୍ୟାସାର୍ଦ୍ଧ ଉତ୍ତର -ଦକ୍ଷିଣ ମଧ୍ୟରେ ୧୭୨ କିଲୋମିଟର ରହିଥିବା ବେଳେ ପୂର୍ବ-ପଶ୍ଚିମ ମଧ୍ୟରେ ୧୨୫ କିଲୋମିଟର ରହିଛି ସାଇକ୍ଲୋନର ବ୍ୟାସାର୍ଦ୍ଧ ।

ବାତ୍ୟା ପ୍ରଭାବରେ ଆକସ୍ମିକ ବନ୍ୟା, ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପୁରୀ,ଖୋର୍ଦ୍ଧା, ନବରଙ୍ଗପୁର,ରାୟଗଡା,କନ୍ଧମାଳ, କୋରାପୁଟ,ମାଲକାନାଗିରିରେ ବି ପବନର ବେଗ ୪୫ ରୁ ୫୫ ରହିବ। କିନ୍ତୁ ସମୟେ ସମୟେ ୬୫ ରହିବ ଝଟକା ପବନ। ଲ୍ୟାଣ୍ଡଫଲର ୧୨ ଘଣ୍ଟା ପର୍ୟ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ୍। ଏହାର ପ୍ରଭାବରେ ଆସନ୍ତା କାଲିମଧ୍ୟ ଉପକୂଳ ଓଡିଶାରେ ବର୍ଷା ଜାରି ରହିବ। ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ରେକର୍ଡ ହୋଇଛି ବର୍ଷା। ଏବେ ଗୋପାଳପୁର ଠାରୁ ୨୭୦କିଲୋମିଟର ଏବଂ କଳିଙ୍ଗପାଟନମ୍ ଠାରୁ ୩୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ଗୁଲାବ୍। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଇଛି ବାତ୍ୟା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ