Masthead

କେନ୍ଦ୍ର ନିକଟରେ ନବୀନଙ୍କ ୫ ଦାବି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ତେବେ ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର ୩୨୬କୁ ଚାରି ଲେନ ବିଶିଷ୍ଟ କରିବା । ଏହା ଦ୍ୱାରା ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ବାଙ୍ଗାଲୋର ଓ ହାଇଦ୍ରାବାଦ ଯାଏଁ ସମାନ୍ତରାଳ ସଡ଼କ ପଥ ହୋଇପାରିବ । ଏହା ଦ୍ୱାରା ସମୟ ବଞ୍ଚିବା ସହ ଏହି ଅଞ୍ଚଳର ଆର୍ଥିକ ପ୍ରଗତି ଅଧିକ ହୋଇପାରିବ । ସେହିପରି ବାମପନ୍ଥୀ ଉଗ୍ରବାଦ ଅଞ୍ଚଳ ଅନ୍ତର୍ଗତ ଜିଲ୍ଲା ଗୁଡ଼ିକ ବର୍ତ୍ତମାନ ରେଳବାଇ ନେଟୱାର୍କରେ ଆସୁନାହାଁନ୍ତି ।

ରେଳୱେ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୟପୁରରୁ ନବରଙ୍ଗପୁର ଓ ଜୟପୁରରୁ ମାଲକାନଗିରି ପ୍ରକଳ୍ପ ଲାଗି କାର୍ଯ୍ୟ କରୁଛନ୍ତି । ପ୍ରକଳ୍ପରେ ସ୍ଥାନିତ ହୋଇ ନଥିବା ୧୫୩ କିଲୋମିଟର ଦୀର୍ଘ ମାଲକାନଗିରରୁ ଭଦ୍ରାଚଳମ ଓ ୧୧୮ କିଲୋମିଟର ଦୀର୍ଘ ନବରଙ୍ଗପୁରରୁ ଜୁନାଗଡ଼ ଗୁରୁତ୍ୱପୂର୍ଣ୍ଣ ରୁଟ୍ । ଏହି ପଥର ବିକାଶ ହେଲେ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଓଡ଼ିଶାରେ ମୋବାଇଲ ସଂଯୋଗକୁ ପରିବ୍ୟାପ୍ତ କରିବା ଲାଗି ପ୍ରସ୍ତାବ ରହିଛି । ରାଜ୍ୟର ୬ ହଜାର ୨୭୮ ଗାଁରେ ବର୍ତ୍ତମାନ ମୋବାଇଲ ସୁବିଧା ଉପଲବ୍ଧ ହୋଇନାହିଁ । ରାଜ୍ୟ ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୪୮୮ଟି ମୋବାଇଲ ଟାୱାର ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଲାଗି ୨୦୦୦ରୁ ଅଧିକ ମୋବାଇଲ ବେସ ଷ୍ଟେସନ ପ୍ରତିଷ୍ଠା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କ ସୁବିଧା ପ୍ରତିଷ୍ଠାର ଆବଶ୍ୟକତା ରହିଛି । ବ୍ୟାଙ୍କ ସୁବିଧା ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବେ । ନିଟ୍, ଆଇଆଇଟି ଓ ଜେଇଇ ଆଦି ପରୀକ୍ଷାରେ ବାମପନ୍ଥୀ ଉଗ୍ରବାଦ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯେପରି ଅଧିକ ସଫଳ ହୋଇପାରିବେ ସେଥିଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏକ ସର୍ବେକ୍ଷଣ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ