Masthead

ମୁସଲମାନଙ୍କ ଅବସ୍ଥା ବ୍ୟାଣ୍ଡ ବାଜା ପରି: ଅସଦୁଦ୍ଦିନ ଓୱେସି

ୟୁପି(ବଡ଼ ଖବର ବ୍ୟୁରୋ):   ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମର ମୁଖ୍ୟ ଅସଦୁଦ୍ଦିନ ଓୱେସି ପ୍ରତିନ୍ଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୟୁପିରେ ଥିବା ମୁସଲମାନଙ୍କ ଅବସ୍ଥା ସମ୍ପର୍କରେ ଓୱେସି ଏକ ବଡ଼ ବିବୃତି ଦେଇଛନ୍ତି । ସେ କହିଛନ୍ତି ଯେ ଏଠାରେ ମୁସଲମାନଙ୍କ ଅବସ୍ଥା ଏବେ ‘ବ୍ୟାଣ୍ଡ ବାଜା ପାର୍ଟି’ ସଦୃଶ । ମୁସଲମାନଙ୍କ ପ୍ରସଙ୍ଗ ଉଠାଇବାକୁ ଏଠାରେ କେହି ନାହାଁନ୍ତି । ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ମୁସଲମାନଙ୍କ ପ୍ରତି ଏଠାରେ ଅବହେଳିତ ମନଭାବ ରଖାଯାଉଛି । ତେବେ ଗତକାଲି କାନପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ସେ କହିିଥିଲେ ଶୋଭାଯାତ୍ରାରେ ‘ ମୁସଲମାନଙ୍କ ଅବସ୍ଥା ବ୍ୟାଣ୍ଡ ବାଜା ପରି’ ହୋଇଛି । ସେମାନଙ୍କୁ ପ୍ରଥମେ ସଙ୍ଗୀତ ବଜାଇବାକୁ କୁହାଯାଏ । ଆଉ ପରେ ବିବାହ ସ୍ଥଳରେ ବାହାରେ ଛିଡା ହେବା ପାଇଁ କୁହାଯାଏ ।

ଓୱେସି କହିଛନ୍ତି ଯେ ଆଗକୁ ଆଉ ମୁସଲମାନମାନେ କୌଣସି ଶୋଭାଯାତ୍ରାରେ ସଙ୍ଗୀତ ବଜାଇବେ ନାହିଁ । ତାଙ୍କ କହିବା ଆନୁଯାୟୀ ୟୁପିରେ ୧୯% ମୁସଲମାନ ଜନସଂଖ୍ୟା ଅଛି । କିନ୍ତୁ ସେଠାରେ କୈାଣସି ନେତା ନାହାନ୍ତି । ଓୱେସି ଆହୁରି କହିଛନ୍ତି ଯେ, ୟୁପି ଜେଲରେ ଥିବା ୨୭% କଏଦି ମୁସଲମାନ । ତେବେ ସେ ଆଭିଯୋଗ କରିଛନ୍ତି ମୁସଲମାନମାନେ ହିଁ ସମାଜବାଦୀ ପାର୍ଟିକୁ ଅଧିକ ଭୋଟ ଦେଇଥାନ୍ତି । ଏହା ପରେ ବି ମୁସଲମାନମାନଙ୍କୁ ଗୁରୁତ୍ୱ ଦିଆଯାଏନାହିଁ ।

ସୂଚନା ଅନୁସାରେ ୨୦୧୧ର ଜନଗଣନାରେ ଉତ୍ତପ୍ରଦେଶର ଜନସଂଖ୍ୟାରେ ମୁସଲମାନମାନେ ୧୯.୨୬ % । ଉତ୍ତରପ୍ରଦେଶରେ ଥିବା ୪୦୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୮୨ଟିରେ ମୁସଲମାନ ଭୋଟରର ଭୂମିକା ଗ୍ରହଣ କରିପାରନ୍ତି ବୋଲି କୁହାଯାଏ । ବର୍ତ୍ତମାନ ସୂତ୍ରରୁ ଜଣାପଡିଛି ଯେ ଉତ୍ତରପ୍ରଦେଶରେ ୧୦୦ଟି ବିଧାନସଭା ଆସନ ପ୍ରତିନ୍ଦ୍ୱନ୍ଦିତା କରିବାକୁ AIMIM ଘୋଷଣା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ