Masthead

ଝାଡଖଣ୍ଡ ଟାଇଗରରୁ ମୁଖ୍ୟମନ୍ତ୍ରୀ

ଝାଡଖଣ୍ଡ (ବଡ଼ ଖବର ବ୍ୟୁରୋ): ଚମ୍ପଇ ସୋରେନ୍ ହେବେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆଉ ସେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ କେତେ ଜଣ ଶପଥ ନେବେ, ସେ ନେଇ କୌଣସି ସୂଚନା ମିଳିନାହିଁ । ରାଜନୈତିକ ସଙ୍କଟ ଭିତରେ ଚମ୍ପଇଙ୍କୁ ସରକାର ଗଢ଼ିବା ଲାଗି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ଆମନ୍ତ୍ରଣ କରିଛନ୍ତି।

ଆଜି ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ୧୦ ଦିନ ଭିତରେ ଚମ୍ପଇଙ୍କୁ ବହୁମତ ପ୍ରମାଣ କରିବାକୁ ପଡ଼ିବ। ସେପଟେ ଝାଡ଼ଖଣ୍ଡରେ ରିସର୍ଟ ପଲିଟିକ୍ସ ସାମ୍ନାକୁ ଆସିଛି। ଘୋଡ଼ା ବେପାର ଆଶଙ୍କାରେ ମହାଗଠବନ୍ଧନର ବିଧାୟକମାନଙ୍କୁ ରାଞ୍ଚିରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଉଥିଲା। ରାଜ୍ୟପାଳଙ୍କୁ ଚମ୍ପଇ ସୋରେନ ଭେଟିବା ପରେ ବିଧାୟକମାନେ ରାଞ୍ଚି ବିମାନବନ୍ଦରରେ ଏକାଠି ହୋଇଥିଲେ। ମେଣ୍ଟ ତା’ର ବିଧାୟକମାନଙ୍କୁ ଝାଡଖଣ୍ଡ ବାହାରକୁ ପଠାଇବାକୁ ଯୋଜନା କରୁଥିବାବେଳେ ପାଗ ସାଜିଥିଲା ବାଧକ।

‘ଲୋ ଭିଜିବିଲିଟି’ ପାଇଁ ବିମାନଟି ରାଞ୍ଚି ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରି ପାରିନଥିଲା। ପରେ ବିଧାୟକମାନେ ସର୍କିଟ ହାଉସରେ ରହିଛନ୍ତି। ରାଜ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟପାଳ ଝାଡ଼ଖଣ୍ଡ ବିଧାୟକ ଦଳର ନେତା ଚମ୍ପଇ ସୋରେନଙ୍କୁ ସନ୍ଧ୍ୟା ୫ଟା ୩୦ରେ ରାଜ ଭବନକୁ ଡାକିଥିଲେ। ୫ଜଣ ଜେଏମଏମ ବିଧାୟକ ରାଜ୍ୟପାଳଙ୍କୁ ଭେଟିଥିଲେ । ବୁଧବାର ହେମନ୍ତ ସୋରେନ ଗିରଫ ହେବାର ଠିକ ପୂର୍ବରୁ ଚମ୍ପଇ ସୋରେନ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ଚମ୍ପଇ ଗୁରୁବାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା