Masthead

ସ୍ମୃତି ତୁମେ ଅରିନ୍ଦମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ । ସବୁଠି ଶୋକର ଛାୟା ଖେଳିଯାଇଛି । ଅରିନ୍ଦମଙ୍କ ସ୍ମୃତିରେ ଆଇଆଇଏମସି ପୁରାତନ ଛାତ୍ର ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ପ୍ରେସ କ୍ଲବରେ ଆୟୋଜିତ ସଭାରେ ଆଇଆଇଏମସିର ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଅରିନ୍ଦମଙ୍କ ପାଇଁ ନିରବ ପ୍ରାର୍ଥନା କରିବା ସହ ତାଙ୍କ ସହ ଜଡ଼ିତ ସ୍ମୃତିକୁ ମନେ ପକାଇଥିଲେ ।

ଅରିନ୍ଦମଙ୍କ ବିୟୋଗରେ ସାମ୍ବଦିକ ଜଗତ ସହ ଆଇଆଇଏମସି ପରିବାରରେ ମଧ୍ୟ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଅରିନ୍ଦମ ଦାସ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳର ୨୦୦୪-୦୫ ବ୍ୟାଚ୍ ଛାତ୍ର । ପାଠ ପଢ଼ିବା ସମୟରୁ ରିପୋର୍ଟିଂ ପ୍ରତି ତାଙ୍କର ତୀବ୍ର ରୁଚି ରହିଥିଲା । ସାମ୍ବାଦିକତାକୁ ବ୍ରତ ଭାବରେ ସେ ଗ୍ରହଣ କରିଥିଲେ । ସଂସ୍ଥାନରୁ ଆସୁଥିବା ନୂଆ ସାମ୍ବାଦିକଙ୍କୁ ସେ ସବୁବେଳେ ଗାଇଡ କରୁଥିଲେ । ବଡ଼ ଭାଇର ସ୍ନେହ ଦେଉଥିଲେ । ଅଳ୍ପ ଦେଖାରେ ସମସ୍ତଙ୍କୁ ନିଜର କରିଦେଉଥିଲେ ଅରିନ୍ଦମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ