Masthead

ଭବାନୀପୁରରେ ଭୋଟିଂ ବେଳେ ୧୪୪ ଧାରା ଦାବିକଲା ବିଜେପି

କଲିକତା( ବଡ଼ ଖବର ବ୍ୟୁରୋ  ): ସରିଛି ପ୍ରଚାର, ଭୋଟକୁ ଅପେକ୍ଷା। ସେପ୍ଟେମ୍ବର  ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ଆସନ ପାଇଁ ପଡିବ ଭୋଟ। ତେବେ  ଭୋଟିଂ ବେଳେ ୧୪୪ ଧାରା ଲାଗୁ କରିବାକୁ  ବିଜେପି ଦାବି କରିଛି। ସୋମବାର ପ୍ରଚାରର ଶେଷ ଦିନରେ ଉଭୟ ଟିଏସି ଓ ବିଜେପି ମଧ୍ୟରେ  ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ  ସୁରକ୍ଷାକୁ ଦୃଷ୍ଟିରେ ରଖି ବିଜେପି ଏଭଳି ଦାବି କରିଛି।

ସୋମବାର ପ୍ରଚାର ବେଳେ  ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ପ୍ରଚାର କରୁଥିବା ବେଳେ ଟିଏମସି କର୍ମୀମାନେ ତାଙ୍କୁ ଠେଲା ପେଲା କରିଥିଲେ। ଏହାପରେ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ସର୍ବସମ୍ମୁଖରେ ବିରୋଧ କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇଥିଲେ। ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ବିଜେପିର ଗୋଟିଏ ପ୍ରତିନିଧି ମଣ୍ଡଳ କୋଲକାତାରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ସେହିପରି କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରିବାକୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି କହିଛି।ଏଠାରେ ବିଜେପି ପ୍ରିୟଙ୍କା ତେବ୍ରିୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ସାମ୍ନାରେ ଅଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ