Masthead

ଛୋଟ ଛୁଆର ମୁଣ୍ଡ କାଟିଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ଥାନକୁ ଜବରଦଖଲ କରିବା ପରେ ତାଲିବାନର ବର୍ବରତା ବଢିଚାଲିଛି । ଦିନକୁ ଦିନ ହିଂସ୍ର ହେଉଛି ତାଲିବାନ । ସୀମା ପାର କରି ଆଫଗାନିବାସୀଙ୍କୁ ନିର୍ଯାତନା ଦେଇଚାଲୁଛି । ଶେଷରେ ଛୋଟ ଛୁଆକୁ ବି ଛାଡୁନି ନିଷ୍ଠୁର ତାଲିବାନ । ଏବେ ତାଲିବାନର ଆଉ ଏକ କୃରତାର ଚିତ୍ର ସାମ୍ନାକୁ ଆସିଛି । ଜଣେ ଛୋଟ ଛୁଆର ମୁଣ୍ଡକୁ କାଟି ତାକୁ ହତ୍ୟା କରିଛି ତାଲିବାନ । ଖାଲି ଏତିକି ନୁହେଁ ଛୁଆର ବାପାକୁ ବି ଅତି ନିର୍ମମ ଭାବେ ହତ୍ୟା କରିଛି ତାଲିବାନ ସେନା । ଆଫଗାନିସ୍ତାନରେ ନିଜର ଆତଙ୍କ ଖେଳାଇ ଏବେ ସେଠାରେ ମନମୁଖୀ ଶାସନ ଚଳାଉଛି । କ୍ଷମତାକୁ ଆସିବା ପରେ ତାଲିବାନ ଏବେ ସେଠାରେ ଶିରିଆ ଆଇନକୁ କଡାକଡି କରିବାକୁ ଲାଗିପଡିଛି ।

ସୂଚନା ଅନୁଯାୟୀ, ତାଲିବାନ ସେନା ଜଣେ ଶିଶିକୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି । ଶିଶୁର ବାପା ଅ।।ଫଗାନ ରେସିଷ୍ଟେଣ୍ଟ ଫୋର୍ସର ସଦସ୍ୟ ଥିବା ସନ୍ଦେହ କରି ଶିଶୁକୁ ହତ୍ୟା କରିଛନ୍ତି । ଶିଶୁର ବାପାଙ୍କୁ ମଧ୍ୟ ତାଲିବାନ ସେନା ହତ୍ୟା କରିଥିବାର ସୂଚନା ମିଳିଛି । ତେବେ ସ୍ୱତନ୍ତ୍ର ମିଡିଆ ‘ପଞ୍ଜଶିର ଅବଜରଭର’ ପକ୍ଷରୁ ଏକ ଟୁଇଟ କରି ସୂଚନା ଦେଇଯାଇଛି । ଟୁଇଟରେ ଲେଖା ଯାଇଛି ଯେ, ଆଫଗାନର ରେସିଷ୍ଟାଣ୍ଟ ଫୋର୍ସ ଥିବା ସନ୍ଦେହରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଶିଶୁକୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି ତାଲିବାନ ।ଏହା ପରେ ଶବକୁ କ୍ରେନ ସାହାର୍ଯ୍ୟରେ ବିଚ ରାସ୍ତା ଉପରେ ଟାଙ୍ଗି ଦେଇଥିଲେ । ଦୀର୍ଘ ସମୟ ଧରି ସେମାନଙ୍କ ଶବ ସେଠାରେ ପଡି ରହିଥିବା ଜଣାପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ