Masthead

ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି ସରକାରୀ ତୈଳ କମ୍ପାନୀ । ତେବେ ତୈଳ କମ୍ପାନୀ ଗୁଡିକ ଜାରି କରିଥିବା ନୂଆ ନିୟମ ଅନୁସାରେ ପେଟ୍ରୋଲ ୨୫ ଓ ଡିଜେଲ ୨୮ ପଇସା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟଛି ବୋଲି ତୈଳ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବ ଏବେ ଚାରିଆଡେ ଦେଖିବାକୁ ମିଳିଛି ।

ଦର ବୃଦ୍ଧି ହେବା ଯୋଗୁ , ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୩୯ ଚଙ୍କା ହୋଇଥିବା ବେଳେ ମୁମ୍ବାଇରେ ଏହା ୧୦୭.୪୭ ଟଙ୍କା । ସେହିପରି କୋଲକାତାରେ ପୋଟ୍ରୋଲ ଦର ୧୦୧.୮୭ ଟଙ୍କା ହୋଇଥିବାବଳେ ଚେନ୍ନାଇରେ ୯୯.୧୫ ଚଙ୍କା । ସେହିପରି ଡିଜେଲର ଦର ଦିଲ୍ଲୀରେ ଲିଟର ପିିଛା ୮୯.୫୭ ଟଙ୍କା , ମୁମ୍ବାଇରେ ୯୭.୨୧ ଟଙ୍କା । କୋଲକାତାରେ ୯୨.୬୭ ଟଙ୍କା ଓ ଚେନ୍ନାଇରେ ୯୪.୧୭ ଟଙ୍କାକୁ ବୃଦ୍ଧି ପାଇଛି । ବେଙ୍ଗାଲୁରରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୪.୯୨ ଟଙ୍କା ଓ ୯୫ .୦୬ ଟଙ୍କାକୁ ବୃଦ୍ଧ ପାଇଛି । ସେହିପରି ରାଜସ୍ଥାନରେ ପୋଟ୍ରୋଲ ଦର ଲିଟର ପିଛା ୧୧୩.୩୦ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ମଧ୍ୟ ୧୦୩.୩୪ ଟଙ୍କା ହୋଇଛି ।

ମଧ୍ୟପ୍ରଦେଶରେ ରେବା ଓ ଅନ୍ନୁପୁରରେ ପେଟ୍ରୋଲ ଦର ଲିଟର ପିଛା ୧୧୨.୨୭ ଓ ୧୧୨.୬୭ ଟଙ୍କା ବୃଦ୍ଧି ପାଇଛି । ତେବେ ରାଜସ୍ଥାନର ଏହି ଦୁଇ ଜିଲ୍ଲାରେ ଡିଜେଲ ଦର ମଧ୍ୟ ଲିଟର ପିଛା ୧୦୦.୬୯ ଓ ୧୦୧.୦୬ ଟଙ୍କା । ପେଟ୍ରୋଲ ଓ ଡିଜେଲ ଦରକୁ ଭାରତ ସରକାର ଯଦି ଜିଏସଟି ପରିସରଭୁକ୍ତ କରନ୍ତେ ତେବେ ସମଗ୍ର ଦେଶରେ ଏହାର ଦର ଲିଟର ପିଛା ୪୦ ଟଙ୍କା ହ୍ରାସ ହୁଅନ୍ତା । କିନ୍ତୁ ରାଜ୍ୟଗୁଡିକର ବିରୋଧ ଯୋଗୁ ଏହା ସମ୍ଭବ ହୋଇପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା