Masthead

ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି ସରକାରୀ ତୈଳ କମ୍ପାନୀ । ତେବେ ତୈଳ କମ୍ପାନୀ ଗୁଡିକ ଜାରି କରିଥିବା ନୂଆ ନିୟମ ଅନୁସାରେ ପେଟ୍ରୋଲ ୨୫ ଓ ଡିଜେଲ ୨୮ ପଇସା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟଛି ବୋଲି ତୈଳ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବ ଏବେ ଚାରିଆଡେ ଦେଖିବାକୁ ମିଳିଛି ।

ଦର ବୃଦ୍ଧି ହେବା ଯୋଗୁ , ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୩୯ ଚଙ୍କା ହୋଇଥିବା ବେଳେ ମୁମ୍ବାଇରେ ଏହା ୧୦୭.୪୭ ଟଙ୍କା । ସେହିପରି କୋଲକାତାରେ ପୋଟ୍ରୋଲ ଦର ୧୦୧.୮୭ ଟଙ୍କା ହୋଇଥିବାବଳେ ଚେନ୍ନାଇରେ ୯୯.୧୫ ଚଙ୍କା । ସେହିପରି ଡିଜେଲର ଦର ଦିଲ୍ଲୀରେ ଲିଟର ପିିଛା ୮୯.୫୭ ଟଙ୍କା , ମୁମ୍ବାଇରେ ୯୭.୨୧ ଟଙ୍କା । କୋଲକାତାରେ ୯୨.୬୭ ଟଙ୍କା ଓ ଚେନ୍ନାଇରେ ୯୪.୧୭ ଟଙ୍କାକୁ ବୃଦ୍ଧି ପାଇଛି । ବେଙ୍ଗାଲୁରରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୪.୯୨ ଟଙ୍କା ଓ ୯୫ .୦୬ ଟଙ୍କାକୁ ବୃଦ୍ଧ ପାଇଛି । ସେହିପରି ରାଜସ୍ଥାନରେ ପୋଟ୍ରୋଲ ଦର ଲିଟର ପିଛା ୧୧୩.୩୦ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ମଧ୍ୟ ୧୦୩.୩୪ ଟଙ୍କା ହୋଇଛି ।

ମଧ୍ୟପ୍ରଦେଶରେ ରେବା ଓ ଅନ୍ନୁପୁରରେ ପେଟ୍ରୋଲ ଦର ଲିଟର ପିଛା ୧୧୨.୨୭ ଓ ୧୧୨.୬୭ ଟଙ୍କା ବୃଦ୍ଧି ପାଇଛି । ତେବେ ରାଜସ୍ଥାନର ଏହି ଦୁଇ ଜିଲ୍ଲାରେ ଡିଜେଲ ଦର ମଧ୍ୟ ଲିଟର ପିଛା ୧୦୦.୬୯ ଓ ୧୦୧.୦୬ ଟଙ୍କା । ପେଟ୍ରୋଲ ଓ ଡିଜେଲ ଦରକୁ ଭାରତ ସରକାର ଯଦି ଜିଏସଟି ପରିସରଭୁକ୍ତ କରନ୍ତେ ତେବେ ସମଗ୍ର ଦେଶରେ ଏହାର ଦର ଲିଟର ପିଛା ୪୦ ଟଙ୍କା ହ୍ରାସ ହୁଅନ୍ତା । କିନ୍ତୁ ରାଜ୍ୟଗୁଡିକର ବିରୋଧ ଯୋଗୁ ଏହା ସମ୍ଭବ ହୋଇପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ