Masthead

ସର୍ବୋଚ୍ଚ ଜଳଧାରଣ କ୍ଷମତା ଛୁଇଁଲା ହୀରାକୁଦ ଜଳସ୍ତର

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ସ୍ତରକୁ ଛୁଇଁଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୩୦ ଫୁଟ ରହିଛି । ବର୍ତ୍ତମାନ ଜଳଭଣ୍ଡାରର ୪ଟି ଗେଟ୍ ଖୋଲା ରହିଛି । ଜଳଭଣ୍ଡାର ମଧ୍ୟକୁ ବର୍ତ୍ତମାନ ୮୦ ହଜାର ୫୭୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪ଟି ଗେଟ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି ।

ଜଳଭଣ୍ଡାରର ତଳମୁଣ୍ଡ ତଥା ମହାନଦୀର ବେଲଗାଁଠାରେ ବର୍ତ୍ତମାନ ୧୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ପଥରଳାଠାରେ ୪୬ ହଜାର ୨୬୩, ଖଇରମାଳଠାରେ ୬୪ ହଜାର, ବାରମୂଳଠାରେ ୯୦ ହଜାର ଏବଂ ମୁଣ୍ଡଳୀଠାରେ ୧ ଲକ୍ଷ ୭୫ ହଜାର ୩୯୭ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଗକୁ ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ଅଧିକ ଗେଟ ଖୋଲାଯିବା ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍