Masthead

କଂଗ୍ରେସରୁ ବିଦାହେବେ ସିଦ୍ଧୁ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫାରେ ହାଇକମାଣ୍ଡ ଖପ୍ପା। ସିଦ୍ଦୁଙ୍କ ଏ ଇସ୍ତଫାକୁ ଦଳ ସହଜରେ ଗ୍ରହଣ କରିପାରୁନି। ତେଣୁ ଦଳ ସିଦ୍ଧୁଙ୍କୁ ସମୟ ଦେଇଛି, ଯଦି ସିଦ୍ଧୁ ରାଜି ନହୁଅନ୍ତି ତେବେ ଦଳ ନେଇପାରେ କଠୋର କାର୍ୟ୍ୟନୁଷ୍ଠାନ। ଏମିତି କି ଦଳରୁ ବିଦା ହୋଇପାରନ୍ତି ସିଦ୍ଧୁ । ଆଜି ପଞ୍ଜାବର ମହାପାଲାକୁ ନେଇ ବୈଠକ ଡକାଯାଇଛି। ଯେଉଁମାନେ ନ ଆସିବେ ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟନୁଷ୍ଠାନ ନିଆଯିବ। ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଛି । ଚଣ୍ଡୀଗଡ଼ରୁ ଦିଲ୍ଲୀ ପର୍ୟ୍ୟନ୍ତ ବୈଠକ ଚାଲିଛି । ଗତକାଲି ରାତିରେ ସିଦ୍ଧୁଙ୍କ ଘରେ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଚନ୍ନି ସରକାରଙ୍କ ବହୁ ମନ୍ତ୍ରୀ ଏବଂ ବିଧାୟକ ଯୋଗ ଦେଇଥିଲେ । ତେବେ ସିଦ୍ଧୁଙ୍କୁ ସମର୍ଥନ କରି କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନାଙ୍କ ସମେତ ୪ଜଣ ସରକାର ଏବଂ ସଂଗଠନରୁ ଇସ୍ତଫା ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଚନ୍ନୀ ଡାକିଛନ୍ତି ଏମରଜେନ୍ସି ବୈଠକ । ବୈଠକରେ ନିଆଯାଇପାରେ ବଡ଼ ନିସ୍ପତ୍ତି।

ଅନ୍ୟପଟେ ସିଦ୍ଧୁ କଂଗ୍ରେସ ମୁଖିଆ ପଦ ଛାଡ଼ିଥିବା ପରେ ଆପ୍‌ରେ ମିଶିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏପଟେ ସିଦ୍ଧୁଙ୍କ ପାଇଁ ସଫେଇ ଦେଇଛନ୍ତି ଆପ୍ ନେତା। ସିଦ୍ଧୁ ଦଳିତ ବିରୋଧୀ ହୋଇଥିବାରୁ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ଘଟଣାକୁ ସହ୍ୟ କରିପାରି ନଥିଲେ। ତେଣୁ ସେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ଆପ୍‌ର ଜଣେ ନେତା କହିଛନ୍ତି। ଏପରି ସ୍ଥିତିରେ ଆପ୍‌ ସିଦ୍ଧୁଙ୍କୁ କେମିତି ଦଳରେ ସାମିଲ କରିବ, ତା’ହା ମଧ୍ୟ ବଡ଼ ପ୍ରଶ୍ନ। କିନ୍ତୁ ରାଜନୀତିରେ ସବୁ ସମ୍ଭବ। ଯଦି ସିଦ୍ଧୁ ଦଳ ଦରିବତ୍ତନ କଥା ହାଇକମାଣ୍ଡଙ୍କୁ ସୂଚନା ମିଳେ ତେବେ ଦେଖାଦେଇପାରେ ହାଇକମାଣ୍ଡଙ୍କ କୁଇକ ଆକ୍ସନ। ଦଳରୁ ବିଦା ହୋଇଥାଇପାରନ୍ତି ସିଦ୍ଧୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’