Masthead

ସିଦ୍ଧୁଙ୍କୁ ବୁଝାଇବେ ଚନ୍ନୀ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ସିଦ୍ଧୁଙ୍କ ଇସ୍ତଫା କଥା ସାମ୍ନାକୁ ଆସିବା ପରେ ପଞ୍ଜାବ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । କେବଳ ସିଦ୍ଧୁ ନୁହେଁ ବରଂ ସିଦ୍ଧୁଙ୍କ ସହ ଅନେକ ମନ୍ତ୍ରୀ ଓ ଏକାଧିକ ନେତା ଓ ପଦାଧିକାରୀ ମଧ୍ୟ ନିଜ ପଦର ଇସ୍ତଫା ଦେଇଥିବାର ସୂଚନା ମିଳିଛି । ଏହା ମଧ୍ୟରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ସିଦ୍ଧୁଙ୍କ ସହ କଥା ହେବା ସହ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏଥି ସହ ସେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ତା’ର ସମାଧାନ କରିବାକୁ ଚନ୍ନୀ ରାଜି ଥିବା ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ କୌଣସି ଜିନିଷ କେହି ଜାଣିଶୁଣି କରିନାହାଁନ୍ତି । ଯଦି କୌଣସି ନିଯୁକ୍ତିକୁ ନେଇ କାହାର ଆପତ୍ତି ରହିଛି, ତା’ହାଲେ ଏହାକୁ ବଦଳାଇବାକୁ ମୁଁ ରାଜି ଅଛି । ମୋର କୌଣସି ପ୍ରକାରର ଅହଂକାର ନାହିଁ । ମୁଁ ତାଙ୍କୁ କହିଛି ଦଳ ସବୁଠାରୁ ବଡ଼ । ସବୁ ପ୍ରସଙ୍ଗକୁ କଥାବାର୍ତ୍ତା ଦ୍ୱାରା ସମାଧାନ କରିହେବ । ମୁଁ ତାଙ୍କୁ କହିଛି ଦଳ ଆଲୋଚନା କରିବାକୁ ରାଜି । ଦୟା କରି ଆସନ୍ତୁ ଓ ଆମେ ଏହାକୁ ସମାଧାନ କରିବା ବୋଲି କ୍ୟାବିନେଟ ବୈଠକ ପରେ ଚନ୍ନୀ କହିଛନ୍ତି ।

ସେପଟେ ଗାନ୍ଧି ପରିବାର ସିଦ୍ଧୁଙ୍କୁ ବୁଝାଇବାକୁ ଅରାଜି ଥିବାବେଳେ ଏପଟେ ନବନିଯୁକ୍ତ ଚରଣଜିତ ସିଂହ ଚନ୍ନୀ ସିଦ୍ଧୁଙ୍କୁ ବୁଝାଇଛନ୍ତି । ଏବଂ ଦଳରେ ପଦକୁ ନେଇ କାହାକୁ କନ୍ଦଳ କରିବାକୁ ମନା କରିଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଜାତୀୟ କଂଗ୍ରେସରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏଇଠି ପ୍ରଶ୍ନ ଉଠୁଛି ସିଦ୍ଧୁଙ୍କ ନେଇ ପଞ୍ଜାବରେ ରାଜନୀତି କରିବା ପାଇଁ ଚନ୍ନୀ ଇଚ୍ଛା ପ୍ରକାଶ କରୁଥିବାବେଳେ ସୋନିଆ କାହିଁକି ଚୁପ ଅଛନ୍ତି ? ନା ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଲାଇମଲାଇଟରେ ରହିବା ପାଇଁ ଏହା ଏକ ପ୍ରୟାସ ! ଏପରି ଅନେକ କଥା ସାମ୍ନାକୁ ଆସୁଛି । ତେବେ କେବେ ପଞ୍ଜାବ ରାଜନୀତିରେ ଦଳୀୟ କନ୍ଦଳ ସମାପ୍ତ ଘଟୁଛି ତାହା ବର୍ତ୍ତମାନ ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି