କଂଗ୍ରେସ ଛାଡିବେ କ୍ୟାପଟେନ

ଚଣ୍ଡିଗଡ (ବଡ଼ ଖବର ବ୍ୟୁରୋ): ପଞ୍ଜାବ ରାଜନୀତିରେ ହାଇଡ୍ରାମା । କଂଗ୍ରେସ ଛାଡିବେ କ୍ୟାପଟେନ୍‌ ଅମରିନ୍ଦର ସିଂହ । ଯାହାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ୟାରି ଭିତରେ ଆସିଛି ଅମରିନ୍ଦର ସିଂହଙ୍କ ବଡ଼ ବୟାନ । ସେ କଂଗ୍ରେସରେ ରହିବେ ନାହିଁ ବୋଲି କହିଛନ୍ତି। ଯାହା କଂଗ୍ରେସ କନ୍ଦଳ ଭିତରେ ଏକ ନୂଆ ମୋଡ଼ ଆଣିଛି। ଅମରିନ୍ଦର କହିଛନ୍ତି, ‘ଏଭଳି ବ୍ୟବହାର ଆଉ ବରଦାସ୍ତ କରିହେବ ନାହିଁ। ଅପମାନ ସହି ହେବ ନାହିଁ। ଯେଉଁ ଭଳି ମୋ ସହ ବ୍ୟବହାର କରାଯାଇଛି ତାହା ଠିକ୍‌ ନୁହେଁ।

ସେ ବିଜେପିରେ ମିଶିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୁଁ କଂଗ୍ରେସ ଛାଡୁଛି, କିନ୍ତୁ ବିଜେପିରେ ମିଶିବି ନାହିଁ। ଯେଉଁ ପ୍ରକାରେ ବିଧାୟକ ଦଳଙ୍କ ବୈଠକ ଡାକି ଶେଷ ମୁହୂର୍ତ୍ତରେ ମୋତେ ସୂଚନା ଦିଆଗଲା, ସେତେବେଳେ ହିଁ ମୁଁ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲି। ଯଦି ମୋ ଉପରେ କାହାର ବିଶ୍ୱାସ ନାହିଁ ତେବେ ମୁଁ ଦଳରେ ରହିବା କ’ଣ ଫାଇଦା ବୋଲି ଅମରିନ୍ଦର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ