Masthead

କ୍ୟାପଟେନ ଯିବେ କୁଆଡ଼େ ?

ପଞ୍ଜାବ(ବଡ଼ ଖବର ବ୍ୟୁରୋ): ଏଭଳି ବ୍ୟବହାର ଆଉ ବରଦାସ୍ତ କରିହେବ ନାହିଁ। ଅପମାନ ସହି ହେବ ନାହିଁ। ଯେଉଁ ଭଳି ମୋ ସହ ବ୍ୟବହାର କରାଯାଇଛି ତାହା ଠିକ୍‌ ନୁହେଁ। ଏକଥା ଆମେ କହୁନୁ, ଏକଥା କହିଛନ୍ତି ଖୋଦ୍ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟମଟେନ ଅମରିନ୍ଦର। ଯାହା ପଞ୍ଜାବ ରାଜନୀତିରେ ଚିଲିଥିବା ହଟଚମଟର ଏକ ନୂଆ ଦିଗ ନେଇଛି । କ୍ୟପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ପଞ୍ଜାବ ରାଜନୀତିରେ ହାଇଡ୍ରାମା ସୃଷ୍ଟି ହୋଇଛି । ଜଣଙ୍କ ପରେ ଜଣେ ଦଳରୁ ଇସ୍ତଫା ଦେଉଥିବାର ଦେଖିବାକୁ ମିଳିଛି । 

ବୁଧବାର ଯେତେବେଳେ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ସେତେବେଳେ ଅମରିନ୍ଦର ପଦ୍ମ ଧରିବାଟା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। ପରେ ସେ ଦୁଇଟି ବଡ଼ ଘୋଷଣା କରିଛନ୍ତି। ପ୍ରଥମଟି ହେଉଛି ସେ ଆଉ କଂଗ୍ରେସରେ ରହିବେ ନାହିଁ ଦ୍ଵିତୀୟଟି ହେଉଛି ସେ ବିଜେପିରେ ବି ମିଶିବେ ନାହିଁ। ତେବେ କ୍ୟାପଟେନଙ୍କୁ ନେଇ ଆହୁରି ସସ୍ପେନ୍ସ ବଢିଯାଇଛି। କ୍ୟପଟେନ ଯିବେ କୁଆଡେ..? ଆଗକୁ ବିଧାନସଭା ନିର୍ବାଚନ। ପୂର୍ବରୁ ସେଠି ଅକାଳି ଦଳ ରହିଥିବା ବେଳେ ଆମ ଆଦମୀ ପାର୍ଟି ମଧ୍ୟ ଆଗକୁ ବଢ଼ିବାରେ ଲାଗିଛି। ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସତ କିନ୍ତୁ ଏବେବି ପଞ୍ଜାବରେ ତାଙ୍କର ପତିଆରା ରହିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ ଅମରିନ୍ଦିର ବିକଳ୍ପ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି।

ବିଜେପି ଓ କଂଗ୍ରେସରୁ ମୁହଁ ଫେରାଇବା ପରେ କ୍ୟପଟେନଙ୍କ ପାଇଁ ଦୁଇଟି ବାଟ ଖୋଲା ଅଛି।  ଅକାଳି ଦଳ ନେତୃତ୍ଵ ନେଇ କ୍ୟପଟେନ ନିର୍ବାଚନ ପାଇଁ ଫିଲ୍ଡ ସଜାଡି ପାରନ୍ତି ନଚେତ୍ ଆମ ଆଦମୀ ପାର୍ଟିର  ଓପନର ହୋଇ ନିର୍ବାଚନରେ ଛକା ମାରିପାରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି