Masthead

ନାବାଳିକାଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖି ବନ୍ଧା ହେଲେ ଯୁବତୀ

ହରଭଙ୍ଗା, (ବଡ଼ ଖବର ବ୍ୟୁରୋ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା । ଜଣେ ନାବାଳିକାଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ରଖି ବନ୍ଧା ହୋଇଛନ୍ତି ଯୁବତୀ । ଘଟଣାକୁ ନେଇ ଅଞ୍ଚଳରେ ଢେର୍ ଚର୍ଚ୍ଚା । ସୂଚନା ଅନୁଯାୟୀ ଯୁବତୀ ଜଣକ ସେହି ଅଞ୍ଚଳର ଜଣେ ନାବାଳିକାଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିଥିଲେ । ଏ ବିଷୟରେ ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ ଯୁବତୀଙ୍କଠାରୁ ଝିଅକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ । ନାବାଳିକାଙ୍କୁ ନେଇ ତାଙ୍କ ପରିବାର ଲୋକେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଥିବା ତାଙ୍କ ମାଉସୀ ଘରେ ଛାଡ଼ିଦେଇଥିଲେ ।

ତଥାପି ସମ୍ପର୍କ ଏତେ ଗଭୀର ଥିଲା ଯେ କେହି କାହାକୁ ଛାଡ଼ି ରହିପାରି ନ ଥିଲେ । ଗତ ୨୯ ତାରିଖରେ ଯୁବତୀ ଜଣକ ଖଜୁରୀପଡ଼ାରେ ପହଞ୍ଚି ନାବାଳିକାଙ୍କୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ନାବାଳିକାଙ୍କ ବାପା ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳରୁ ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଯୁବତୀଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ଖଜୁରୀପଡ଼ା ଥାନା ଅଧିକାରୀଙ୍କୁ ପଚରା ଯାଇଥିଲେ ମଧ୍ୟ ସେ କିଛି ସୂଚନା ଦେବାକୁ ମନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା