Masthead

କିଏ ବାଜି ମାରିବ !

କୋଲକାତା(ବଡ଼ ଖବର ବ୍ୟୁରୋ): ସରିଛି ଉପନିର୍ବାଚନ । ଭୋଟର ନିଜ ନିଜର ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଭବାନୀପୁରରେ ବାଜି ମାରିବ କିଏ ! ମୁଖ୍ୟମନ୍ତ୍ରୀ ପଦ ହରାଇବେ କି ମମତା ! ନା ମହିଳା ପ୍ରାର୍ଥୀ ଦେଇ ଟିଏମସିର ଅଡ଼ୁଆ ବଢେଇବ କି ବିଜେପି ! ଏପରି ଅନେକ କଥା ସାମ୍ନାକୁ ଆସିଛି । ଉଭୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କନ୍ଦଳ ସମାପ୍ତ ହେବା ପାଇଁ ଯାଉଛି । ନିର୍ବାଚନ ପାଖେଇ ଆସିଲେ ହିଁ ପଶ୍ଚିମବଙ୍ଗ ରାଜନୀତିରେ ହିଂସାର ମାତ୍ରା ବଢିଯାଇଥାଏ । ଏହି ହିଂସାରେ କେତେବେଳେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟୁଥାଏ ତ ଆଉ କେତେବେଳେ ଶାସକ ଦଳର କର୍ମୀମାନେ ମୃତ୍ୟୁବରଣ କରିଥାନ୍ତି । ଏନେଇ ଉଭୟ ଅଠାବଳାବଳି ମଧ୍ୟ ହୋଇଥାନ୍ତି । ସାଧାରଣତଃ ବିଜେପି କର୍ମୀ ଟିଏମସିର କର୍ମକର୍ତ୍ତାକୁ ଦୋଷ ଦେଇଥାନ୍ତି ।

ଏହା ଛଡ଼ା ହିଂସାକାଣ୍ଡରେ ବିଜେପି ନିଜର କର୍ମମାନଙ୍କର ଅଧିକ ମୃତ୍ୟୁ ହୋଇଛି ବୋଲି ସାରା ଦେଶରେ ପ୍ରଚାର କରୁଥିବାବେଳେ ଶାସକ ଦଳ ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଆରୋପ କହି ଏଡ଼େଇ ଦେଇଥିଲା । ତଥାପି ବିଜେପି ପ୍ରଚାର କରିବାରେ ପଛେଇ ନଥିଲା । ପ୍ରଚାର ସମୟର ମୁଖ୍ୟ ପ୍ରସଙ୍ଗ ଭାବରେ ବିଜେପି ଏହି ମୁଦ୍ଦାକୁ ଉଠାଇଥିଲା । ସେପଟେ ଏହି ଘଟଣାକୁ ଅଣଦେଖା କରିବା ପାଇଁ ମମତା ସେନା ମଧ୍ୟ ନୂଆ ଋଣନୀତି ପ୍ରସ୍ତୁତ କରିଥିଲା । ହଠାତ ରାତାରାତି ଭିତରେ ମମତା ହୁଇଲ ଚ୍ୟାୟରରେ ଦେଖାଯାଇଥିଲେ । ଏହା ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଏପରି କରିଥିବାର କହୁଥିବା ବେଳେ ଆଉ କିଏ  ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହିଥିଲେ ।

ବାରମ୍ବାର ନିର୍ବାଚନକୁ ରକ୍ଷା କବଚ କରି ହିଂସା ଘଟିଆସୁଛି ପଶ୍ଚିମବଙ୍ଗରେ । କେବେ ଏ ହିଂସା ବନ୍ଦ ହେବ ? କେବେ ପଶ୍ଚିମଙ୍ଗରେ ବିଜେପି କର୍ମୀଙ୍କୁ ସୁରକ୍ଷା ଦିଆଯିବ ? କେତେଦିନ ପଶ୍ଚିମବଙ୍ଗରେ ଏଭଳି ରାଜନୀତି ଚାଲିବ ସେନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ଆଜିର ନିର୍ବାଚନ ହିଁ ଏହାର ଉତ୍ତର ଦେବ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼