Masthead

ପାର୍ବଣରେ ସୁନା କିଣିବାକୁ ଯାଉଛନ୍ତି କି? ଠକିଯିବେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୁନା ଦୋକାନୀଙ୍କ ଷଡ଼ଯନ୍ତ୍ର । ଠକାମୀର ଶିକାର ହେବେ ଗ୍ରାହକ । ଆଗକୁ ଆସୁଛି ପାର୍ବଣ । ଘରକୁ ସୁନ ଗହଣା ଆଣିବାକୁ ଆପଣ କରିଛନ୍ତି କି ପ୍ଲାନିଂ? ତାହେଲେ ହୋଇଯାନ୍ତୁ ସାବଧାନ । ଆପଣ ସାଙ୍ଘାତିକ ଠକାମୀର ଶିକାର ହୋଇପାରନ୍ତି । ଗତ ଦେଢ ବର୍ଷ ହେଲା କୋଭିଡ ଲାଗି ବେପାର ପୂରା ବନ୍ଦ ଅଛି । ଘାଟାରେ ପଡ଼ିଛନ୍ତି କୋଟି କୋଟି ଲାଭରେ ଖେଳୁଥିବା ଏହି ସୁନା ବେପାରୀମାନେ । ତେଣୁ କ୍ଷତିର ସୁଧ-ମୂଳ ଉଠାଇବାକୁ ଅସାଧୁ ଉପାୟ ପାଇଁ ଯୋଜନା କରିଛନ୍ତି କିଛି ବ୍ୟବସାୟୀ ।

ସୁନା କମ୍ ଖାଦ ବେଶିର ଷଡ଼ଯନ୍ତ୍ର ତିଆରି ହୋଇଛି । ୨୪ କ୍ୟାରେଟ ଟଙ୍କାରେ ୨୨ କ୍ୟାରେଟ, ୨୨ ଜାଗାରେ ୧୮ କ୍ୟାରେଟରେ ବିକ୍ରି କରି ମୋଟା ମୁନାଫାର ଯୋଜନା କରିଛନ୍ତି ଅସାଧୁ ସୁନା ବ୍ୟବସାୟୀ । ଆଉ ଏହି ଯୋଜନା ଛୋଟମୋଟ ଦୋକାନୀ ନୁହେଁ, ବରଂ ବଡ଼ ବଡ଼ ସହରର ପ୍ରତିଷ୍ଠିତ ନାଁ କରା ବ୍ୟବସାୟୀ କରିଛନ୍ତି । ତେଣୁ ଏଥର ପାର୍ବଣରେ ସୁନା କିଣିବା ପୂର୍ବରୁ ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ ।

ଏପରିକି ନିହାତି ଦରକାର ନ ହେଲେ ସୁନା କିଣିବା ପ୍ଲାନ୍ କ୍ୟାନସଲ କରନ୍ତୁ । କାରଣ ସୁନା ସହ ଲକ୍ଷ୍ମୀ ଆସିବା ବଦଳରେ ଲକ୍ଷ୍ମୀ ଚାଲିଯିବାର ଆଶଙ୍କା ରହିଛି । ‘ବଡ଼ ଖବର’ ହାତରେ ଏଭଳି ଷଡ଼ଯନ୍ତ୍ରର ସୂଚନା ଲାଗିଛି । ଗ୍ରାହକ ସତର୍କ ରହିବା ସହ ସରକାରୀ ଏଜେନ୍ସୀ ବି ଏହି ସୁନା ବେପାରୀଙ୍କ ଉପରେ କଡ଼ା ନଜର ରଖିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି