Masthead

ଅମ୍ବାନୀ ପ୍ରଥମ, ଆଦାନୀ ଦ୍ୱିତୀୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟରେ ୨୦୨୧ରେ କାହା ନାଁରେ ସମ୍ପତି କେତେ ବଢିଛି, ତାର ଏବେ ସୂଚନା ମିଳିଛି । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧ନଂ ସ୍ଥାନରେ ରିଲାଏନ୍ସ ଇଣ୍ଡିଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି । କ୍ରମାଗତ ୧୦ମ ବର୍ଷ ପାଇଁ ଅମ୍ବାନୀ ଧନୀ ତାଲିକାରେ ୧ନଂ ସ୍ଥାନରେ ରହିଛନ୍ତି । ଖବର ଅନୁଯାୟୀ ତାଙ୍କ ପାଖରେ ଏବେ ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଚଳିତ ବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମହାମାରୀ ସତ୍ତେ ୯% ବଢିଛି । ରିଟେଲ ଓ ଟେଲିକମ ଅପରେସନରୁ ସେ ଅଧିକ ଲାଭ ପାଇଛନ୍ତି ।

କରୋନା ମାହାମାରୀ ସମୟରେ ଡିଜିଟାଲ ବ୍ୟବସାୟର ଚାହିଦା ବଢିଥିଲା । ତେବେ ଏ ନେଇ ଅମ୍ବାନୀଙ୍କ ଦୈନିକ ଆୟ କୋଟି କୋଟି ଟଙ୍କା ବଢିଛି । ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ହେଉଛି ପ୍ରଥମ କମ୍ପାନୀ ଭାବେ ୨୦୦ ବିଲିୟନ ଡଲାରର ମାର୍କେଟ ଭ୍ୟାଲୁ ଅତିକ୍ରମ କରିଛି । ତେବେ ରିଲାଏନ୍ସ ୨୦୨୧ରେ ବିଶ୍ୱର ମୂଲ୍ୟବାନ କମ୍ପାନୀମାନଙ୍କ ମଧ୍ୟରେ ୫୭ତମ ତାଲିକାରେ ରହିଛି ବୋଲି ସୂଚନା ମଳିଛି ।

ତେବେ ଅନ୍ୟପଟେ ଦ୍ୱିତୀୟ ଧନୀ ତାଲିକାରେ ଅଛନ୍ତି ଶିଳ୍ପପତି ଗୈାତମ ଆଦାନୀ । ୨୦୨୧ରେ ତାଙ୍କର ସମ୍ପତ୍ତି ୨୬୧ ଗୁଣ ବୃଦ୍ଧି ପାଇଛି । ତେବେ ଆମ୍ବାନୀ ଦେଶର ପ୍ରଥମ ଧନୀ ତାଲିକାରେ ସ୍ଥାନ ପାଇଥିବା ବେଳେ ଆଦାନୀ ଧନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି । ଆଦାନୀ ପରିବାରର ସମ୍ପତ୍ତି ଷ୍ଟକ ମାର୍କେଟରେ ଚାହିଦା ଯୋଗୁ ୫,୦୫,୯୦୦ କୋଟିରେ ପହଞ୍ଚିଯାଇଛି । ସୂଚନା ଅନୁସାରେ ଚଳିତ ବର୍ଷ ୫୯ ବର୍ଷୀୟ ଆଦାନୀଙ୍କ ସମ୍ପତ୍ତି ଦୈନିକ ୧୦୦୨ କୋଟି ଟଙ୍କା ବଢିଛି ।

ତେବେ ସେହିପରି ଧନୀ ତାଲିକାର ତୃତୀୟ ସ୍ଥାନରେ ଏଚସିଏଲର ଶିବ ନାଦର ଓ ତାଙ୍କ ପରିବାର ରହିଛନ୍ତି । ଏବେ ପରିବାର ପାଖରେ ୨,୩୬,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେ ଏଚସିଏଲର ତୃତୀୟ ଭାରତୀୟ ଆଇଟି କମ୍ପାନି ଭାବେ ୧୦ ବିଲିୟନ ଡଲାର ରେଭିନ୍ୟୁ ସୀମାକୁ ଅତିକ୍ରମ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ