Masthead

ଗଙ୍ଗା ନଦୀରୁ ପାପ ଯାଏ କୁଆଡେ.. ଜାଣନ୍ତୁ ରହସ୍ୟ

ଶାସ୍ତ୍ରରେ ଲେଖା ଅଛି ଗଙ୍ଗା ନଦୀରେ ବୁଡ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ । ଏହାକୁ ସମସ୍ତେ ବିଶ୍ୱାସ କରନ୍ତି । କିନ୍ତୁ ମନରେ ପ୍ରଶ୍ନ ଉଠେ, ଯଦି ସମସ୍ତେ ପାପ ସେହି ନଦୀରେ ଧୋଇବେ, ତେବେ ପାପ ତ ନଦୀରେ ସବୁ ରହିଲା । ଏ ସଂପର୍କରେ ଜଣେ ମହାନ ଋଷି ପ୍ରଥମେ ଚିନ୍ତା କରିଥିଲେ..
ସେ ଚିନ୍ତା କଲେ ଯେ, ଯଦି ଲୋକମାନେ ପାପ ଧୋଇବାକୁ ଗଙ୍ଗାକୁ ଯାଆନ୍ତି । ସେସବୁ ପାପ ଗଙ୍ଗାରେ ରୁହେ । ତେବେ କଣ’ ଗଙ୍ଗା ପାପୀ? ଏହାକୁ ଜାଣିବା ପାଇଁ ଋଷି ଧ୍ୟାନରେ ବସିଲେ । ଧ୍ୟାନ ମାଧ୍ୟମରେ ଭଗବାନଙ୍କୁ ପଚାରିଲେ, ଗଙ୍ଗାରେ ପାପ ଧୋଇଲେ ପାପ ଯାଏ କୁଆଡେ? ଏହା ଶୁଣି ଭଗବାନ ଏହି ପ୍ରଶ୍ନ ଦେବୀ ଗଙ୍ଗାଙ୍କୁ ପଚାରିବାକୁ କହିଲେ । ଉଭୟ ଆସି ଦେବୀ ଗଙ୍ଗାଙ୍କୁ ଏହି ପ୍ରଶ୍ନ ପଚାରିଲେ । ଶେଷରେ ଦେବୀ କହିଲେ , ମୁଁ କିପରି ପାପୀ ହେଲି? ସବୁ ପାପ ସମୁଦ୍ରକୁ ପଳାଏ ।

ଋଷି ଏବଂ ଭଗବାନ ସମୁଦ୍ର ନିକଟକୁ ଯାଇ ପୁଣି ସମାନ କଥା ଦୋହରାଇଲେ, ଗଙ୍ଗା ଆପଣଙ୍କ ପାଖକୁ ସମସ୍ତ ପାପ ପଠାଉଛି। ତେବେ ଆପଣ କ’ଣ ପାପୀ କି? ତା’ପରେ ସମୁଦ୍ର କହିଲେ ନାଁ ସେ ପାପୀ ନୁହନ୍ତି। ସମସ୍ତ ପାପ ବାଷ୍ପରେ ପରିଣତ ହୋଇ ମେଘରେ ପରିଣତ ହୁଏ। ଏବେ ଋଷି ଏବଂ ଭଗବାନ ବାଦଲଙ୍କ ପାଖକୁ ଗଲେ। ଆଉ ପଚାରିଲେ ହେ ବାଦଲ, ଯଦି ସମୁଦ୍ରର ପାଣି ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରେ, ତେବେ ମେଘ ପାପୀ କି?

ମେଘ କହିଲେ, ମୁଁ କିପରି ପାପୀ? ମୁଁ ସେସବୁକୁ ପାଣିରେ ମିଶାଇ ଦିଏ । ଏହି ପାଣି ମଣିଷ ଦ୍ୱାରା ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ । ତାହା ମଧ୍ୟରୁ ଗୋଟିଏ ଚାଷ ପାଇଁ ବ୍ୟବହାର କରାଯାଏ । ଏଥିରୁ ଉତ୍ପନ ହେଉଥିବା ଖାଦ୍ୟଶସ୍ୟ ମାଧ୍ୟମରେ ମଣିଷର ମାନସିକତା ସୃଷ୍ଟି ହୁଏ । ଅର୍ଥାତ ସେ ଯେଉଁଭଳି ଖାଦ୍ୟ ଖାଏ , ସେହିଭଳି ତା’ର ମାନସିକତା ବିକଶିତ ହୁଏ । ତେଣୁ ଶାନ୍ତ ହୋଇ ମଣିଷ ସବୁବେଳେ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । କ୍ରୋଧାନ୍ୱିତ ହୋଇ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଯାହାଦ୍ୱାରା ମଣିଷ ଅନେକ ଭୁଲ କରି ବସେ । ଯାହାକୁ ଆମେ ପାପର ଆଖ୍ୟା ଦେଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା