ଗଙ୍ଗା ନଦୀରୁ ପାପ ଯାଏ କୁଆଡେ.. ଜାଣନ୍ତୁ ରହସ୍ୟ

ଶାସ୍ତ୍ରରେ ଲେଖା ଅଛି ଗଙ୍ଗା ନଦୀରେ ବୁଡ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ । ଏହାକୁ ସମସ୍ତେ ବିଶ୍ୱାସ କରନ୍ତି । କିନ୍ତୁ ମନରେ ପ୍ରଶ୍ନ ଉଠେ, ଯଦି ସମସ୍ତେ ପାପ ସେହି ନଦୀରେ ଧୋଇବେ, ତେବେ ପାପ ତ ନଦୀରେ ସବୁ ରହିଲା । ଏ ସଂପର୍କରେ ଜଣେ ମହାନ ଋଷି ପ୍ରଥମେ ଚିନ୍ତା କରିଥିଲେ..
ସେ ଚିନ୍ତା କଲେ ଯେ, ଯଦି ଲୋକମାନେ ପାପ ଧୋଇବାକୁ ଗଙ୍ଗାକୁ ଯାଆନ୍ତି । ସେସବୁ ପାପ ଗଙ୍ଗାରେ ରୁହେ । ତେବେ କଣ’ ଗଙ୍ଗା ପାପୀ? ଏହାକୁ ଜାଣିବା ପାଇଁ ଋଷି ଧ୍ୟାନରେ ବସିଲେ । ଧ୍ୟାନ ମାଧ୍ୟମରେ ଭଗବାନଙ୍କୁ ପଚାରିଲେ, ଗଙ୍ଗାରେ ପାପ ଧୋଇଲେ ପାପ ଯାଏ କୁଆଡେ? ଏହା ଶୁଣି ଭଗବାନ ଏହି ପ୍ରଶ୍ନ ଦେବୀ ଗଙ୍ଗାଙ୍କୁ ପଚାରିବାକୁ କହିଲେ । ଉଭୟ ଆସି ଦେବୀ ଗଙ୍ଗାଙ୍କୁ ଏହି ପ୍ରଶ୍ନ ପଚାରିଲେ । ଶେଷରେ ଦେବୀ କହିଲେ , ମୁଁ କିପରି ପାପୀ ହେଲି? ସବୁ ପାପ ସମୁଦ୍ରକୁ ପଳାଏ ।

ଋଷି ଏବଂ ଭଗବାନ ସମୁଦ୍ର ନିକଟକୁ ଯାଇ ପୁଣି ସମାନ କଥା ଦୋହରାଇଲେ, ଗଙ୍ଗା ଆପଣଙ୍କ ପାଖକୁ ସମସ୍ତ ପାପ ପଠାଉଛି। ତେବେ ଆପଣ କ’ଣ ପାପୀ କି? ତା’ପରେ ସମୁଦ୍ର କହିଲେ ନାଁ ସେ ପାପୀ ନୁହନ୍ତି। ସମସ୍ତ ପାପ ବାଷ୍ପରେ ପରିଣତ ହୋଇ ମେଘରେ ପରିଣତ ହୁଏ। ଏବେ ଋଷି ଏବଂ ଭଗବାନ ବାଦଲଙ୍କ ପାଖକୁ ଗଲେ। ଆଉ ପଚାରିଲେ ହେ ବାଦଲ, ଯଦି ସମୁଦ୍ରର ପାଣି ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରେ, ତେବେ ମେଘ ପାପୀ କି?

ମେଘ କହିଲେ, ମୁଁ କିପରି ପାପୀ? ମୁଁ ସେସବୁକୁ ପାଣିରେ ମିଶାଇ ଦିଏ । ଏହି ପାଣି ମଣିଷ ଦ୍ୱାରା ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ । ତାହା ମଧ୍ୟରୁ ଗୋଟିଏ ଚାଷ ପାଇଁ ବ୍ୟବହାର କରାଯାଏ । ଏଥିରୁ ଉତ୍ପନ ହେଉଥିବା ଖାଦ୍ୟଶସ୍ୟ ମାଧ୍ୟମରେ ମଣିଷର ମାନସିକତା ସୃଷ୍ଟି ହୁଏ । ଅର୍ଥାତ ସେ ଯେଉଁଭଳି ଖାଦ୍ୟ ଖାଏ , ସେହିଭଳି ତା’ର ମାନସିକତା ବିକଶିତ ହୁଏ । ତେଣୁ ଶାନ୍ତ ହୋଇ ମଣିଷ ସବୁବେଳେ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । କ୍ରୋଧାନ୍ୱିତ ହୋଇ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଯାହାଦ୍ୱାରା ମଣିଷ ଅନେକ ଭୁଲ କରି ବସେ । ଯାହାକୁ ଆମେ ପାପର ଆଖ୍ୟା ଦେଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!