Masthead

ବଢୁଛି ତେଲ ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବେଲଗାମ ତୈଳ ଦର । ଖସୁନି ସେଞ୍ଚୁରୀ ତଳକୁ । ବର୍ଦ୍ଧିତ ତୈଳ ଦରରେ ଅତିଷ୍ଠ ହେଲେଣି ଗ୍ରାହକ । ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଦର ୧୦୦ରୁ କମିବାର ନାଁ ଧରୁନି । ଜୁନ ୧ ତାରିଖରେ ତେଲ ଦର ୯୫.୨୨ ଟଙ୍କା ଥିଲା । ଜୁନ ମାସରେ ସର୍ବାଧିକ ୪.୬୪ ପ୍ରତିଶତ ତେଲ ଦର ବଢିଥିଲା । ବାସ ସେବେ ଠାରୁ ଆଉ କମିବାର ନାଁ ଧରିନି ଦର । ଲଗାତାର ୩ମାସ ଧରି ଦର ଶହେ ଉପରେ ରହୁଛି ।

ସ୍ଥିତି ଏମିତି ହେଲାଣି ଦର ଶହେ ପାର କରିବା ପରେ ଲୋକଙ୍କ ଦେହ ସୁହା ହୋଇଗଲାଣି । ଆଉ ଏହାରି ଭିତରେ ଶୁକ୍ରବାର ପୁଣି ପେଟ୍ରୋଲ ଡିଜେଲ ଦର ବଢିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ୧୦୨.୫୭ ଟଙ୍କା ଥିବାବେଳେ ଡିଜେଲ ଦର ୯୮.୩୪ଟଙ୍କା ରହିଛି । ତିନି ସପ୍ତାହର ବ୍ରେକ ପରେ ଆଜି ପୁଣି ତୈଳ ଦର ବଢିଛି । ସେପ୍ଟେମ୍ବର ମାସରେ ୦.୩୨ ପ୍ରତିଶତ ତେଲଦର ବଢିଛି । ଏହି ଦର ସର୍ବକାଳିନ ରେକର୍ଡ ପାର କରିଛି । ସେପଟେ ବର୍ଦ୍ଧିତ ଦରକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ପକେଟକୁ ବାଧୁଛି ପେଟ୍ରୋଲ ଆଉ ଡିଜେଲ ଦର ।

ନିମ୍ନ ମଧ୍ୟବିତ ଲୋକଟିଏ ଗାଡ଼ି ପଦାକୁ କାଢିବା ଆଗରୁ ୪ଥର ଭାବିବା ପାଇଁ ପଡ଼ୁଛି । ଆଚ୍ଛେ ଦିନର ନାରା ଦେଇ କେନ୍ଦ୍ରରେ ମୋଦି ସରକାର ଲଗାତାର ଦ୍ୱିତିୟ ଥର ପାଇଁ କ୍ଷମତାକୁ ଆସିଛନ୍ତି, କିନ୍ତୁ ଯେଉଁ ଭଳି ଭାବେ ତେଲଦର ବଢିବାରେ ଲାଗିଛି ଲୋକେ ଏବେ ଆଛେ ଦିନ କ’ଣ ଏୟା ବୋଲି ପ୍ରଶ୍ନ କରୁଛନ୍ତି । ଗଲା ଜୁଲାଇ ପରଠାରୁ ପେଟ୍ରୋଲ ଦର ଶହେରୁ କମିବାର ନାଁ ଧରୁନି । ସେପଟେ ତେଲ ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ବିରୋଧି ।

ରାଜ୍ୟ ସରକାର ତେଲ ଦର ଉପରୁ ଭ୍ୟାଟ କମାଉନଥିବା କାରଣରୁ ତେଲ ଦର ବୃଦ୍ଧି ପାଉଥିବା ବିଜେପି କହିଛି । ଆଉ ଯାହାର ଜବାବ ଦେଇଛି ବିଜେଡ଼ି । ଖାଲି ପେଟ୍ରୋଲ କି ଡିଜେଲ ନୁହେଁ ସେହି ତୁଳନାରେ ଖାଇବା ତେଲ ଠାରୁ ଆରମ୍ଭ କରି ଇନ୍ଧନ ଗ୍ୟାସ ପର୍ଯ୍ୟନ୍ତ ସବୁର ଦର ବଢିବାରେ ଲାଗିଛି । ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ