Masthead

ହତ୍ୟାକାଣ୍ଡ ଘଟଣାରେ ପୋଲିସ ନିରବ

ଜିଲ୍ଲାପାଳ ଅଫିସ ଆଗରେ ଆମରଣ ଅନଶନ

କେନ୍ଦ୍ରାପଡା, (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳରେ ଗତ ମାସ ୧ ତାରିଖରେ ତପନ ମଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ପୋଲିସ ମାମଲା ରୁଜୁ କରି ନଥିଲା । ପରେ ପୋଲିସ ଗତ ମାସ ୧୧ତାରିଖରେ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ôଚ ପାରିନି । ଏହି ହତ୍ୟାକାଣ୍ଡରେ ରାଜନୈତିକ ସମ୍ପର୍କ ଥିବାରୁ ପୋଲିସ ଚୁପ ବସିଛି ବୋଲି ମୃତ ତପନଙ୍କ ସ୍ତ୍ରୀ ସବିତା ଅଭିଯୋଗ କରିଛନ୍ତି । ପୁଲିସ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ କରିଛନ୍ତି ମୃତ ତପନଙ୍କ ପରିବାର ଲୋକ ।
ଘଟଣାଟି ଏହିପରି, ମେଳକ ଗ୍ରାମର ତପନ ମଲଙ୍କୁ କେତେଜଣ ୧ ତାରିଖ ରାତିରେ ଡାକିଥିଲେ । ତର ତରରେ ସେ ଘରୁ ମୋବାଇଲ ନେଇନଥିଲେ । ତପନଙ୍କ ବାଇକଟି କଲବୁଦା ବ୍ରିଜ ଉପରେ ଜଳୁଥିବା ଖବର ପାଇ ବିଳମ୍ବିତ ରାତିରେ ତପନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ଥିଲେ । ମାତ୍ର ତପନଙ୍କ ଦେଖା ମିଳିନଥିଲା । ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି କିଛି ଲୋକ କହିଥିଲେ । ଏ କଥାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନଥିଲେ । ପରିବାର ଲୋକେ ତପନଙ୍କୁ ଖୋଜି ଖୋଜି ପାଇନଥିଲେ । ୭୨ ଘଣ୍ଟା ପରେ ଅଭୟପୁର ନିକଟରେ ତପନଙ୍କ ମୃତ ଦେହ ମିଳିଥିଲା । ଶରୀରର କେତେକ ଜାଗାରେ କ୍ଷତଚିହ୍ନ ଥିବା ପରିବାର ଲୋକେ ଦେଖି ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ମାତ୍ର ପୁଲିସ ନିରବ ରହିବା ପ୍ରତିବାଦରେ ପରିବାର ଲୋକେ ଚଳାଇଥିଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ।

ଆନ୍ଦୋନକାରୀମାନେ କହିଛନ୍ତି ଘଟଣା ଦିନ ତପନ କଟକ ରାଣୀହାଟ ନିକଟରେ ଏକ ଢ଼ାବାରେ ଅନ୍ୟ ୫ ଜଣଙ୍କ ସହ ଖିଆପିଆ କରିଥିଲେ । ସେହି ରାତିରେ କେନ୍ଦ୍ରାପଡାର ଏକ ଢ଼ାବାରେ ତପନଙ୍କ ସହ କେତେଜଣ ବସିଥିବା ଦେଖିବାକୁ ମିଳିଥିଲା । ସେହି ଢ଼ାବାରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ତଦନ୍ତ କରିବାକୁ ମୃତ ତପନ ପରିବାର ଲୋକେ ଦାବି କରିଛନ୍ତି । ତପନ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରତିଶ୍ରୁତି ମିଳିବା ପରେ ସନ୍ଧ୍ୟାରେ ଅନଶନ ହଟିଛି । ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଜୋରଦାର ହେବ ବୋଲି ମୃତ ତପନଙ୍କ ଭାଇ ବିପିନ ମଲ କହିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ସନ୍ଦେହଜନକ ମୃତ୍ୟୁ ବୋଲି ଉଲ୍ଲେଖ ହୋଇଥିଲେ ମଧ୍ୟ ପୋଲିସର ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା