Masthead

ଏୟାର ଇଣ୍ଡିଆ ବିକ୍ରି ହୋଇନାହିଁ , ସ୍ପଷ୍ଟିକରଣ ଦେଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ଟାଟା ସନ୍ସ କିଣିଥିବା ଖବର କିଛି ସମୟ ପୂର୍ବରୁ ପ୍ରକାଶ ପାଇଥିଲା । ତେବେ ଏହି ଖବରରେ ଏବେ ଏକ ନୂଆ ଟ୍ୱିଷ୍ଟ ଆସିଛି । ଆଜି ସକାଳୁ ସବୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ କେନ୍ଦ୍ର ସରକାର ଯେଉଁ ନିଲାମ ଡାକିଥିଲେ, ସେଥିରେ ଟାଟା ଗୃପ ବାଜି ମାରି ନେଇଛି । ହେଲେ ପରେ କେନ୍ଦ୍ରସରକାର ଏହି ତଥ୍ୟକୁ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି ମିଡିଆରେ ପ୍ରକାଶିତ ରିପୋର୍ଟରେ ଏପରି ସଙ୍କେତ ଦିଆଯାଇଛି ଯେ ଭାରତ ସରକାର ଏୟାର ଇଣ୍ଡିଆର ଡିସଇନଭେଷ୍ଟମେଣ୍ଟ ପାଇଁ ଡକା ଯାଇଥିବା ନିଲାମକୁ ମଞ୍ଜୁରି ଦେଇଛନ୍ତି । ତେବେ ଏଯାଏଁ କୌଣସି ବିଡକୁ ସରକାରୀ ମଞୁରୀ ଦେଇନାହିଁ ।

ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଟାଟା ଗୃପ୍ ଓ ସ୍ପାଇସ ଜେଟ୍ ଦ୍ୱାରା ବିଡ ଦାଖଲ କରାଯାଇଛି । ସରକାର ନିକଟରେ କହିଥିଲେ ଯେ ଟାଟା ଓ ସ୍ପାଇସ ଜେଟର ଆର୍ଥିକ ବିଡର ମୂଲ୍ୟାଙ୍କନ ଆରମ୍ଭ ହୋଇଛି ।ଏୟାର ଇଣ୍ଡିଆ ପାଇଁ ଲାଗିଥିବା ବିଡରେ ଟାଟା ଗୃପକୁ ସରକାରୀ ପ୍ୟାନେଲ ପାଇଁ ଅନୁମୋଦନ ମିଳିଛି । ସୂଚନା ଅନୁସାରେ , ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ତେବେ ପରେ ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ କ୍ଷମତାକୁ ଚାଲିଆସିଲା । ଏବେ ପ୍ରାୟ ୬୮ ବର୍ଷ ପରେ ପୁଣି ଟାଟା ଏୟାର ଇଣ୍ଡିଆର ମାଲିକାନା ହାସଲ କରିବା ନେଇ ଜଣାଡିଛି ।

ସୂତ୍ରରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆ ଏୟାର ଲାଇନ୍ସ ଉପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୦,୦୭୪ କୋଟି ବାକି ପଡିଛି । କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଘରୋଇକରଣ କରିବାକୁ ଦୀର୍ଘ ବର୍ଷ ହେବ ଚେଷ୍ଟା ଚଳାଇଥିଲେ । ୨୦୧୮ ମସିହାରେ କେନ୍ଦ୍ର ସରକାର ଏହି ସଂସ୍ଥାର ୭୬ ପ୍ରତିଶତ ବିକ୍ରି କରିବାକୁ ବିଫଳ ହୋଇଥିଲା । ସେତେବେଳେ ଏହାକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ