Masthead

ବିଦ୍ୟୁତ୍ ବିଲରେ ବଡ଼ ବିଭ୍ରାଟ, ଟାଟା ମନମାନି ବିରୋଧରେ ‘ବଡ଼ ଖବର’ର ଅଭିଯାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବଢୁଛି ଅସନ୍ତୋଷ । ଏକାଠି ହେଉଛନ୍ତି ଉପଭୋକ୍ତା । ଆଉ ଚଳିବନି ଟାଟାର ମନମାନି । କମ୍ପାନି ବିରୋଧରେ ଲଢିବାକୁ ହେବ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା । ଟାଟା ଶାସନରେ ଉପଭୋକ୍ତା ହନ୍ତସନ୍ତ । ଗ୍ରାହକଙ୍କ ଆସୁଛି ମନଇଚ୍ଛା ବିଦ୍ୟୁତ୍ ବିଲ୍ । ଖାଲି ସେତିକି ନୁହେଁ ପ୍ରଥମେ ୫୦, ପରେ ପୁଣି ୨୦ ପଇସା । ୭୦ ପଇସା ବଢାଇବାର କାରଣ କ’ଣ? ବ୍ୟବସ୍ଥାରେ ସୁଧାର ନାହିଁ, କାହିଁକି ବଢିଲା ୭୦ ପଇସା ।

ପ୍ରତି କିଲୋୱାଟକୁ ଆହୁରି ୩୫ ଟଙ୍କା କାହିଁକି? ଟାଟା ବିରୋଧରେ ଗ୍ରାହକଙ୍କ ଲମ୍ବା ଅଭିଯୋଗର ଫର୍ଦ୍ଦ । ‘ଟାଟାକୁ ଦେବା ଜବାବ’ । ଓଡ଼ିଶାର ସାଢେ ଚାରି କୋଟି ଓଡ଼ିଆଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘ବଡ଼ ଖବର’ ଆରମ୍ଭ କରିଛି ବଡ଼ ଅଭିଯାନ । ଆଉ ଏହି ଅଭିଯାନରେ ସାମିଲ ହୋଇଛନ୍ତି ସାଧାରଣ ଜନତା । କମ୍ପାନି ଓ ସରକାରଙ୍କ ବିରୋଧରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ । ବଡ଼ ଖବରର ଏ ଅଭିଯାନରେ ଯୋଡ଼ି ହୁଅନ୍ତୁ । ଆମ ଫୋନ ନମ୍ବର- ୮୨୪୯୪୭୨୯୬୯ । ଯେତିକି ବିଲକୁ ସେତିକି ଟଙ୍କା । ରାଜ୍ୟ ସରକାର ସାମ୍ନାକୁ ଆସନ୍ତୁ । ଲୋକଙ୍କ କଥା ବୁଝନ୍ତୁ । କମ୍ପାନି ପ୍ରୀତି ନ ଦେଖି ଓଡ଼ିଶାବାସୀଙ୍କୁ ଗୁରୁତ୍ୱ ଦିଅନ୍ତୁ । ଏହା ବଡ଼ ଖବରର ଅନୁରୋଧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ