Masthead

ବଢୁଛି ସୁବର୍ଣ୍ଣରେଖା , କମୁଛି ଜଳକା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ବଢୁଛି ସୁବର୍ଣ୍ଣରେଖା , କମୁଛି ଜଳକା । ବାରମ୍ବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର କ୍ରମଶଃ ଅଧିକ ହୋଇଛି । ପୁଣି ସୁବର୍ଣ୍ଣରେଖା ବଢୁଥିବା ବେଳେ ଜଳକା ଧୀରେ ଧୀରେ କମୁଛି । ଜଳେଶ୍ୱର ରାଜଘାଟ ଠାରେ ସୁବର୍ଣ୍ଣରେଖାର ସତର୍କ ସଂକେତ ୯.୪୫ ମିଟର ଥିବାବେଳେ ଆଜି ସକାଳ ୮ଟା ସୁଦ୍ଧା ୮.୭୫ ମିଟରକୁ ବୃଦ୍ଧି ପାଇଛି ।

ସେପଟେ ଜଳକା ବସ୍ତା ମଥାନି ଠାରେ ଏବେବି ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ପୂର୍ବ ଅପେକ୍ଷା ଆଜି ତାହା ଧୀରେ ଧୀରେ ଜଳସ୍ତର ହ୍ରାସ ପାଉଛି । ତେବେ ବାରମ୍ବାର ସୁବର୍ଣ୍ଣରେଖା ଓ ଜଳକା ନଦୀ ଫୁଲିବା ଦ୍ୱାରା ଜଳେଶ୍ୱର ,ଭୋଗରାଇ, ବାଳିଆପାଳ ଓ ବସ୍ତା ବ୍ଲକର କିଛି ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହେଉଛି । ଏଭଳି ସ୍ଥିତିକୁ ଆଖି ଆଗରେ ରଖି ସୁବର୍ଣ୍ଣରେଖାର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳେଶ୍ୱର ଏବଂ ବାଳିଆପାଳ ବ୍ଲକରେ ଦୁଇ ପ୍ଲାଟୁନ ଏନଡିଆରଏଫ ଟିମ କୁ ଆଗୁଆ ମୁତୟନ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ