Masthead

ଦୁର୍ନୀତିର ପିଛା ଛାଡ଼ୁନି ଆଇଟିଡିଏ କାର୍ଯ୍ୟାଳୟ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ଦୁର୍ନୀତିର ପିଛା ଛାଡ଼ୁନି ବାରିପଦା ଆଇଟିଡିଏ କାର୍ଯ୍ୟାଳୟ । ଯାହାର ଏକ ଜ୍ୱଳନ୍ତ ଉଦାହରଣ କାର୍ଯ୍ୟାଳୟ ଭିତରେ ଦେଖିବାକୁ ମିଳିଛି। କାମ କରି ଠିକାଦାର କାମ ପଇସା ମାଗିବାରୁ ଶିଶୁପାଳ ହେବାକୁ ପଡିଛି। କେବଳ ସେତିକି ନୁହଁ ଜେଲ ମଧ୍ୟ ଯିବାକୁ ପଡିଲା। ସେ ବି ଗୋଟେ ଅଧେ ଟଙ୍କା ନୁହଁ ପୁରା ଚାରି ଲକ୍ଷ ୮୦ ହଜାର ଟଙ୍କା ।

ଏମିତି ଘଟଣା କାର୍ଯ୍ୟାଳୟରେ ନୂଆ କଥା ନୁହଁ, ଆଗରୁ ମଧ୍ୟ ଏଭଳି ସମାନ ଘଟଣାକୁ ନେଇ ଠିକାଦାର ଥାନାରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ କରିଥିଲେ। ଘଟଣାରୁ ଜଣାପଡିଥିଲା ସମ୍ପୃକ୍ତ ଜେଇ ପ୍ରକଳ୍ପ କାମ ସରିବା ପରେ ଠିକାଦାରଙ୍କ ନାମରେ ଜାଲ ଦସ୍ତଖତ କରି ଟଙ୍କା ହଡପ କରିବାରେ ସକ୍ଷମ ହୋଇଥିଲେ।

ଏ ବିଷୟରେ ପ୍ରକଳ୍ପ ଅଧିକାରୀ ସବୁ ଜାଣିଶୁଣି ଚୁପ ବସିବା ସହ ଅପରାଧୀଙ୍କୁ କାହିଁକି ଘଣ୍ଟ ଘଡାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପୃକ୍ତ ଜେଇ ବାରିପଦା କାର୍ୟ୍ୟାଳୟରେ ଆଠ ବର୍ଷରୁ ଉର୍ଦ୍ଧ ହେବ ଚାକିରି କଲେଣି। କିନ୍ତୁ କେଉଁ ବରଗଛ ଛାଇ ତଳେ ଏତେ ଦିନ ରହିଲେଣି ଯାହାକି ସରକାରୀ ଆଇନ ଉଲଘଂନ କରୁଛି ବୋଲି ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର