Masthead

ବିକାଶରେ ବାଧା ସୃଷ୍ଟି କରୁଛି ରାଜନୈତିକ କନ୍ଦଳ

ଜଟଣୀ (ବଡ଼ ଖବର ବ୍ୟୁରୋ): ଜଟଣୀ ଓଭର ନିର୍ମାଣ କାର୍ଯ୍ୟକୁ ପୁରିଲା ୬ବର୍ଷ । ହେଲେ ଆଜି ପର୍ଯ୍ୟନ୍ତ ବ୍ରିଜ ନିମନ୍ତେ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ଶେଷ ହୋଇପାରିନାହିଁ । ବ୍ରିଜ ନିର୍ମାଣର ଧିମା ଗତି ପାଇଁ ହଇରାଣ ହେଉଛନ୍ତି ଜଟଣୀ ସହ ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାବାସୀ। ଜନସାଧାରଣଙ୍କ ସୁବିଧା ଓ ଖୋର୍ଦ୍ଧା, ନୟାଗଡ଼ରୁ ପୁରୀକୁ ଯାଉଥିବା ଲୋକେ କପରି ସୁରକ୍ଷାରେ ଯାତାୟାତ କରିପାରିବେ ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ୨୦୧୫ରେ ୫୪ କୋଟି ୯୭ ଲକ୍ଷ ବ୍ୟୟ ଅଟକଳ କରି ଆରମ୍ଭ କରିଥିଲେ ଜଟଣୀ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ । ଆଶା ରଖିଥିଲେ ୨୦୧୭ ସୁଦ୍ଧା ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବ।

କିନ୍ତୁ ବ୍ରିଜ ନିର୍ମାଣ ଆରମ୍ଭକୁ ୬ବର୍ଷ ପୁରିଲାଣି ସରୁନି ଆଜି ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ। ବ୍ରିଜ ପାଇଁ ଆବଶ୍ୟକ ପଡୁଥିବା ଜମି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଅଧିଗ୍ରହଣ କରିନାହାଁନ୍ତି ରାଜ୍ୟ ସରକାର। ବ୍ରିଜ ନିର୍ମାଣରେ ରାଜନୈତିକ କନ୍ଦଳ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଜଟଣୀ ଜନସାଧାରଣ। ଜମି ଅଧିଗ୍ରହଣ ବିଷୟରେ ଜଟଣୀ ତହସିଲଦାର କହିଛନ୍ତି ବ୍ରିଜ ପାଇଁ ଆବଶ୍ୟକ ପଡିଥିବା ଜମି ମାପ କରି ରିପୋର୍ଟ ଦେଇ ଦେଇଛୁ ଏବେ ଲ୍ୟାଣ୍ଡ ଆକ୍ୟୁଜିସନ୍ ଅଫିସରଙ୍କ କାର୍ଯ୍ୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ