Masthead

ପିପିଲି ଉପନିର୍ବାଚନ, ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପ ନିର୍ବାଚନ ରେଜଲ୍ଟ ପାଇଁ ଆସନ୍ତା କାଲି ଭୋଟ ଗଣତି ହେବ । କୋଭିଡ ଗାଇଡ ଲାଇନ ଭିତରେ ଗଣତି ହେବ ଭୋଟ । ସକାଳ ୮ ଟାରୁ ଗଣତି ଆରମ୍ଭ ହେବ । ପୁରୀର ପେଣ୍ଠକଣ୍ଟା ଇଭିଏମ ୱେୟାର ହାଉସରେ ଭୋଟି ଗଣତି ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ସକାଳ ୮ ଟା ୩୦ ରୁ ଇଭିଏମ ଭୋଟ କାଉଣ୍ଟିଙ୍ଗ ହେବ । ଦୁଇଟି ହଲରେ ଇଭିଏମ ଏବଂ ଗୋଟିଏ ହଲରେ ବାଲାଟା ଭୋଟ ଗଣତି ହେବ ।

ଇଭିଏମ ପାଇଁ ଗୋଟିଏ ହଲରେ ୭ ଟି ଲେଖାଏଁ ଟେବୁଲ ପଡିବ । ଦୁଇଟି ହଲରେ ୧୪ ଟି ଟେବୁଲ ରହିବ । ଭୋଟ ଗଣତି କରିବା ପାଇଁ ୬୨ ଜଣ କର୍ମଚାରୀ ନିୟୋଜିତ ରହିବେ । ମୋଟ ୩୪୮ ଟି ବୁଥରେ ଭୋଟି ଗ୍ରହଣ ହୋଇଥିଲା । ୫ ଟି ଟେବୁଲରେ ରେଜଲ୍ଟ ଓ ଭିଭିପାଟ ମ୍ୟାଚ ହେବ । ପିପିଲି ଉପ ନିର୍ବାଚନ କାଉଣ୍ଟିଙ୍ଗର ପ୍ରତିଟି ଅପଡେଟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ ଉପଲବ୍ଧ ହେବ । ଭୋଟ ଗଣତି ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ