ବଢୁଛି ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲଗାତର ୪ ଦିନ ଧରି ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ରବିବାର ମଧ୍ୟ ପେଟ୍ରୋଲରେ ଲିଟର ପିଛା ୨୬ ପଇସା ଓ ଡିଜେଲ ପିଛା ୩୦ ପଇସା ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩ ଟଙ୍କା ୨୭ ପଇସାରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି । ସେହିଭଳି ଡିଜେଲର ମୂଲ୍ୟ ୯୮.୯୮ ପଇସା ହୋଇଛି । ଭାରତର ସବୁ ସହରରେ ପେଟ୍ରୋଲର ମୂଲ୍ୟ ୧୦୦ଟଙ୍କା ଅତିକ୍ରମ କରିଛି ।

ଭାରତୀୟ ତୈଳ ନିଗମ ପକ୍ଷରୁ କୁହାଯାଇଛି ଯେ ଅଶୋଧିତ ତୈଳଦର ବିଶ୍ୱ ବଜାରରେ ବୃଦ୍ଧି ପାଉଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀରେ ପେଟ୍ରୋଲର ୧୦୨ ଟଙ୍କା ୩୯ ପଇସା ହୋଇଥିବା ବେଳେ ଡିଜେଲ ୯୦ ଟଙ୍କା ୭୭ ପଇସା, କୋଲକତାରେ ପେଟ୍ରୋଲ ୧୦୩ ଟଙ୍କା ୭ ପଇସା, ଡିଜେଲ ୯୩ ଟଙ୍କା ୮୭ ପଇସା, ମୁମ୍ବାଇରେ ପେଟ୍ରୋଲ ୧୦୮ଟଙ୍କା ୪୩ ପଇସା, ଡିଜେଲ ୯୮ ଟଙ୍କା ୪୮ ପଇସା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ