Masthead

ବିଗ୍ ବସ୍-୧୫ରେ ଦେଖାଦେବେ କି ରିଆ?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ମୋଷ୍ଟ କଣ୍ଟ୍ରୋଭର୍ସିଆଲ ସୋ ବିଗ୍ ବସ୍ ଆରମ୍ଭ ହୋଇ ସାରିଛି ଟେଲିଭିଜନରେ । ଏକ ନୂଆ ଅନ୍ଦାଜ୍ ଏବଂ ନୂଆ କନସେପ୍ଟକୁ ନେଇ ଷ୍ଟାର୍ଟ ହୋଇଛି ବିଗ୍ ବସ୍ । ଏଥର ବିଗ୍ ବସ୍ ହାଉସ୍ରେ ଜଙ୍ଗଲର କନସେପ୍ଟ ଦେଖିବାକୁ ମିଳିଛି । କଣ୍ଟେଷ୍ଟେଣ୍ଟ୍ ମାନେ ଜଙ୍ଗଲ ପେ ମଙ୍ଗଲ କରିବାକୁ ରେଡି ହୋଇ ଆସିଛନ୍ତି । ଶୋ’ର ପ୍ରିମିୟର ନାଇଟରେ ବେଶ୍ ଦମଦାର ୱେ ରେ ଏଣ୍ଟ୍ରି କରିଛନ୍ତି ସମସ୍ତ ପ୍ରତିଯୋଗୀ । ତା ସହ ଶୋ’ର ହୋଷ୍ଟ ସଲମାନ ବି ଏଥର ସମସ୍ତଙ୍କ ସହ ବେଶ୍ ମସ୍ତି କରିଛନ୍ତି ।

ତେବେ ନିକଟରେ ବିଗ୍ ବସ୍-୧୫କୁ ବୟକଟ୍ କରିବା ପାଇଁ ଦାବି ଉଠିଥିଲା । ଅନେକ ୟୁଜର୍ସ ସୋଲିଆଲ ମିଡିଆରେ ଏହାକୁ ବୟକଟ୍ କରିବା ପାଇଁ ଦାବି କରିଥଇଲେ । ଏହା ସହ ସୋସିଆଲ ମିଡିଆରେ ବୟକଟ୍ ବିଗ୍ ସବ୍ ବୋଲି ଟ୍ରେଣ୍ଡ୍ ବି କରୁଥିଲା । କହିବାକୁ ଗଲେ ବଲିଉଡ ଆକ୍ଟର ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟୁତ୍ୟୁ କାରଣ ଦେଖାଇ ଏହାକୁ ବୟକଟ୍ କରିବାକୁ କିଛି ୟୁଜର୍ସ ଦାବି କରିଛନ୍ତି । ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବିଗ୍ ବସ୍ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ । ଏହା ସହ ନାଁ ନ ନେଇ ସଲମାନଙ୍କୁ ବି ଟାର୍ଗେଟ୍ କରାଯାଇଛି । ତେବେ ବିଗ୍ ବସ୍ ର ପ୍ରିମିୟର ନାଇଟ୍ ପରେ ଶୋ’ରେ ରିୟା ଚକ୍ରବର୍ତ୍ତୀଙ୍କୁ କିନ୍ତୁ ଦେଖିବାକୁ ମିଳି ନାହିଁ । ସମସ୍ତ ପ୍ରତିଯୋଗୀଙ୍କ ଏଣ୍ଟ୍ରି ହୋଇ ସାରିବା ପରେ ବି ଶୋ’ରେ ନଜର ଆସି ନାହାଁନ୍ତି ରିଆ । କିଛି ଫ୍ୟାନ୍ସଙ୍କ ମତରେ ହୁଏତ ଆଗକୁ ରିୟାଙ୍କର ସେଲିବ୍ରିଟି କଣ୍ଟେଷ୍ଟେଣ୍ଟ୍ ଭାବରେ ଏଣ୍ଟ୍ରି ହୋଇପାରେ । ଆଉ କିଛି ୟୁଜର୍ସ କହିଛନ୍ତି ଯେ ବିଗ୍ ବସ୍ ଆରମ୍ଭ ହେବା ପୂର୍ବରୁ ହିଁ ବୟକଟ୍ ପାଇଁ ହୋଇଥିବା ଦାବି କାରଣରୁ ରିଆଙ୍କୁ ଏଣ୍ଟ୍ରି କରାଯାଇନି ଶୋ’ରେ । ତେବେ ପ୍ରକୃତରେ ରିଆ ଶୋ’ରେ ଏଣ୍ଟ୍ରି କରିଛନ୍ତି କି ନାହିଁ ତାହା ଆଗକୁ ହିଁ ଜଣା ପଡିବ ।

ତେବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ଖବର ଅନୁସାରେ ଏହି ଶୋ ପାଇଁ ଉଭୟ ରିଆ ଓ ଅଙ୍କିତା ଲେଶଖଣ୍ଡେଙ୍କୁ ଅଫର ଦିଆଯାଇଥିଲା । କିନ୍ତୁ ଅଙ୍କିତା ଏହି ଅଫରକୁ ସଫା ସଫା ମନା କରିବା ପରେ ରିଆ ଏଥିପାଇଁ ହଁ କହିଥିଲେ । ଏହା ପରେ ରିଆଙ୍କୁ ମଧ୍ୟ ବିଗ୍ ବସ୍ ସେଟ୍ ବାହାରେ ସ୍ପଟ୍ କରାଯାଇଥିଲା । ତେବେ ଆଗକୁ ଏହି ଶୋ’ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ