Masthead

ପୁଣି ମା’ ହେଲେ ନେହା ଧୁପିଆ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଏବେ ପୁଣି ଶୁଣିବାକୁ ମିଳିଛି ଖୁସି ଖବର । ପୁଣି ଥରେ ମା’ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୁପିଆ । ତାଙ୍କ ଘରକୁ ଏବେ ଆସିଛନ୍ତି ଜଣେ କୁନି ଅତିଥି । ସେ ରବିବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ନେଇ ନେହାଙ୍କ ସ୍ୱାମୀ ଅଙ୍ଗଦ ବେଦି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କର ସେ ଏହି ଖୁସି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ପୋଷ୍ଟରେ ସେ ନେହାଙ୍କର ଏକ ପ୍ରେଗନେଣ୍ଟ ସମୟର ଫଟୋ ପୋଷ୍ଟ କରିଛନ୍ତି । ଏବଂ କ୍ୟାପସନ୍ ରେ ଲେଖିଛନ୍ତି ଯେ ଭଗବାନ ଆଜି ଆମକୁ ଏକ ପୁତ୍ର ଦେଇଛନ୍ତି । ନେହା ଏବଂ ଶିଶୁ ଦୁହେଁ ଭଲ ଅଛନ୍ତି । ତେବେ ଅଙ୍ଗଦ ସୋସିଆଲ ମିଡିଆରେ ଏହି ଖୁସି ଖବର ଦେବା ପରେ ଏବେ ବଲିଉଡରରେ ଶୁଭେଚ୍ଛାର ସୁଅ ଛୁଟିଛି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ନେହା ଓ ଅଙ୍ଗଦଙ୍କୁ ବଧାଇ ଦେଉଛନ୍ତି ।

ତେବେ ଖବର ଅନୁସାରେ କିଛି ମାସ ପୂର୍ବରୁ ନେହା ଧୁପିଆ ଓ ଅଙ୍ଗଦ ବେଦି ପୁଣି ଥରେ ବାପା ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ । ଏକ ଫ୍ୟାମିଲି ଫୋଟୋ ସେୟାର କରି ସେ ଶୁବ୍ଶୀଘ୍ର ତିନିରୁ ୪ ହେବାକୁ ଯାଉଥିବା ଫ୍ୟାନ୍ସଙ୍କୁ ଜଣାଇଥିଲେ । ପୂବ ର୍ରୁ ନେହାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ୨୦୧୮ରେ ଝିଅ ମେହେର ଜନ୍ମ ହେବା ପରେ ବେଶ୍ ଖୁସି ଥଲେ ନେହା ଓ ଅଙ୍ଗଦ । ଏବେ ପୁଣି ଥରେ ଦୁହେଁ ଏକ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି ।

ଉଭୟଙ୍କ ମ୍ୟାରେଜ କଥା କହିବାକୁ ଗଲେ ଦୁହେଁ ୨୦୧୮ରେ ବିବାହ କରିଥିଲେ । ଦିଲ୍ଲୀର ଏକ ଗୁରୁଦ୍ୱାରା ରେ ଉଭୟ ସିକ୍ରେଟ୍ ମ୍ୟାରେଜ୍ କରିଥିଲେ । ଏହି ବିବାହରେ ଉଭୟଙ୍କ ପରିବାର ଲେକ ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ । ତେବେ ବିବାହ ପୂର୍ବରୁ ହିଁ ନେହା ପ୍ରେଗନେଣ୍ଟ୍ ଥିବା କଥା ବେଶ୍ ଚର୍ଚ୍ଚା ହେଉଥିଲା ଇଣ୍ଡଷ୍ଟ୍ରିରେ । ପରେ ନେହା ଏହି ଖବର ଫ୍ୟାନ୍ସଙ୍କୁ ଜଣାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼