ମଣିପୁରରେ ପହଞ୍ଚିଲା ଡ୍ରୋନରେ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାକୁ ନେଇ ଆସିଛି ଆଉ ଏକ ଆସ୍ୱସ୍ଥି ଖବର । ରହିବ ନାହିଁ ଦେଶରେ ଟିକାର ଅଭାବ । କମ ସମୟ ଏବଂ କମ ଖର୍ଚ୍ଚରେ ପହଞ୍ଚି ପାରିବ ଡ୍ରୋନ ସାହାଯ୍ୟରେ ଟିକା । ଡ୍ରୋନ୍‌ ସାହାଯ୍ୟରେ ଆଜି ମଣିପୁରର ‘ଭାସମାନ ଦ୍ୱୀପପୁଞ୍ଜ’ରେ ରହୁଥିବା ଲୋକଙ୍କୁ କରୋନା ଟିକା ବିତରଣ ଓ ପ୍ରଦାନ କରାଯାଇଛି ।

ଡ୍ରୋନ୍‌ ସାହାଯ୍ୟରେ ଟିକା ପ୍ରଦାନ କରିବାରେ ଦକ୍ଷିଣ ପୂର୍ବ ଏସିଆର ଭାରତ ହେଉଛି ପ୍ରଥମ ଦେଶ । ଦେଶର ସର୍ବୋଚ୍ଚ ଡାକ୍ତରୀ ସଂସ୍ଥା ଆଇସିଏମଆର ଆଜି ସଫଳତାର ସହିତ ମଣିପୁରର ବିଷ୍ଣୁପୁରରୁ ଲୋକକ ହ୍ରଦ ଦେଇ କରୀଙ୍ଗ ଦ୍ୱୀପକୁ ସଫଳତାର ସହ ଡ୍ରୋନ୍‌ ସାହାଯ୍ୟରେ ଟିକା ବିତରଣ କରା ଯାଇଥିଲା। ମାତ୍ର ୧୫ ମିନିଟରେ ୩୧ କିଲୋମିଟରର ଦୂରତା ଅତିକ୍ରମ କରି ଟିକା ବିଷ୍ଣୁପୁର ଜିଲ୍ଲା ଡାକ୍ତରଖାନାରୁ କରୀଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର, ମଣିପୁରର ଲୋକକ ହ୍ରଦକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ଦୂରତା ଅତିକ୍ରମ କରିବାକୁ ସାଧାରଣତଃ ୩ରୁ ୪ ଘଣ୍ଟା ଲାଗିଥାଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ଵିଟ କରି କହିଛନ୍ତି । ଆଗାମୀ ଦିନରେ ଡ୍ରୋନ୍‌ ସାହାଯ୍ୟରେ ମଣିପୁରର ଆଉ ଦୁଇଟି ଜିଲ୍ଲାରେ ଟିକା ବିତରଣ ପାଇଁ ଅଧିକାରୀମାନେ ଯୋଜନା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ