Masthead

ରେଭ୍ ପାର୍ଟି; କିଏ ଓ କେମିତି ନେଇଥିଲେ ଡ୍ରଗ୍ସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମୁମ୍ବାଇରେ ହୋଇଥିବା ହାଇପ୍ରୋଫାଇଲ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଏହା ପରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ସମ୍ନାକୁ ଆସୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ଜାହଜ ଉପରକୁ କିପରି ଡ୍ରଗ୍ସ ନେଇଥିଲେ ତାହାକୁ ଅଧିକ ତନ୍ଦନ୍ତ ଚଳାଇଛି ଏନସିବି । ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତ ସାନିଟାରୀ ପ୍ୟାଡ ଭିତରେ ଡ୍ରଗ୍ସ ନେଇଥିବା ଜଣାପଡିଛି । ଏହି ରେଭ ପାର୍ଟିରେ କିଏ କିଏ ସାମିଲ ଥିଲେ ଆଉ କିପରି ଡ୍ରଗ୍ସ ନେଇଥିଲେ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ମୁନମୁନ ଧମେଚା:  ଏହି ରେଭ ପାର୍ଟିରେ ସାମିଲ ଥିଲେ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଝିଅ ମୁନମୁନ ଧମେଚା । ସେ ଦିଲ୍ଲୀରେ ରୁହନ୍ତି । ମୁନମୁନ ପେସାରେ ଜଣେ ଡିଜାଇନର । ସେ ଗତ ୬ ବର୍ଷ ତଳେ ଦିଲ୍ଲୀ ଆସିଥିଲେ । ତେବେ ମୁନମୁନଙ୍କର ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଭଲ ପରିଚୟ ରହିଛି ।

ନୁପୂର ସାରିକା: ମୁମ୍ବାଇ ରେଭ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଶାହାରୁଖ ଖାନଙ୍କ ପୁଅ ସମେତ ନୁପୂର ସାରିକା ମଧ୍ୟ ଗିରଫ ହୋଇଛନ୍ତି । ନୁପୂର ଦିଲ୍ଲୀର ଏକ ସ୍କୁଲରେ ଛୋଟ ଛୁଆଙ୍କୁ ପାଠ ପଢାନ୍ତି । ସେ ପ୍ରାଇମେରୀ ସ୍କୁଲ ଶିକ୍ଷୟତ୍ରୀ ଭାବେ କାମ କରନ୍ତି । ତେବେ ପାର୍ଟିରେ ସାନିଟାରି ପ୍ୟାଡ ଭିତରେ ସେ ଡ୍ରଗ୍ସ ପୁରାଇ ନେଇଥିବା ଜଣାପଡିଛି ।
ଇସ୍ପିତ ସିଂହ- ଇସ୍ପିତ ସିଂହ ମଧ୍ୟ ଦିଲ୍ଲୀରେ ରୁହନ୍ତି । ଦିଲ୍ଲୀରେ ତାଙ୍କର ବଡ ବଡ ହୋଟେଲ ଅଛି । ଇସ୍ପିତ ମଧ୍ୟ ଏହି ରେଭ ପାର୍ଟିରେ ସାମିଲ ଥିଲେ । ରେଭ ପାର୍ଟିରେ ଧରା ପଡିବା ପରେ ଏନସିବି ତାଙ୍କ ନିିକଟରୁ ୧୪ଟି ଏମଡିଏମଏ ଡ୍ରଗ୍ସ ଟାବଲେଟ୍ ଜବତ କରିଥିଲା ।

ବିକ୍ରାନ୍ତ ଚୋକର:  ସେହିପରି ବିକ୍ରାନ୍ତ ଚୋକର ମଧ୍ୟ ଦିଲ୍ଲୀରେ ରୁହନ୍ତି । ଖବର ଅନୁଯାୟୀ ବିକ୍ରାନ୍ତ ଡ୍ରଗ୍ସ ଆଡିକ୍ଟେଡ୍ । ସେ ପ୍ରାୟତଃ ମନାଲା କ୍ରିମ ଓବଂ ଗୋଆ ଯାଇ ଡ୍ରଗ୍ସ ସେବନ କରେ । ବିକ୍ରାନ୍ତଙ୍କ ପାଖରୁ ୫ ଗ୍ରାମ ମେଫେଡ୍ରୋନ, ୧୦ ଗ୍ରାମ କୋକିନ ଜବତ କରିଛି ।

ଗୋମିତ ଚୋପ୍ରା: ଗୋମିତ ଚୋପ୍ରା ଦିଲ୍ଲୀର ଜଣେ ବଡ ଫ୍ୟାସନ ମେକଅପ୍ ଆର୍ଟିଷ୍ଟ ରୂପେ ଜଣାଶୁଣା । ଦିଲ୍ଲୀର ବଡ ବଡ ସେଲିବ୍ରିଟି ତାଙ୍କୁ ମେକଅପ୍ ପାଇଁ ଡାକନ୍ତି । ସେ ମଧ୍ୟ ଏହି ଡ୍ରଗ୍ସ ପାର୍ଟିରେ ସାମିଲ ଥିଲେ । ଏନସିବି ଗୋମିତଙ୍କ ପାଖରୁ ୪ଟି ଏଡିଏମ୍ ପିଲ ଜବତ କରିଥିଲା ।

ଅରବାଜ ମର୍ଚ୍ଚେଣ୍ଟ:  ଅରବାଜ ମର୍ଚ୍ଚେଣ୍ଟ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଘନିଷ୍ଠ ବନ୍ଧୁ । ଦୁହେଁ ଏହା ପୁର୍ବରୁ ମଧ୍ୟ ଅନେକ ଥର ଏକାଠି ପାର୍ଟି କରିଛନ୍ତି । ଏନସିବି ଅରବାଜଙ୍କ ଫୋନରୁ ବଡ ବଡ ସେଲିବ୍ରିଟିଙ୍କ ଝିଅଙ୍କ ସହ ପରିଚୟ ଥିବା ଜଣପଡିଛି । ଅରବାଜଙ୍କ ନିକଟରୁ ୬ ଗ୍ରାମ ଚରସ ମଧ୍ୟ ଏନସିବିକୁ ମିଳିଛି ।

ଶ୍ରେୟସ ନାୟର: ଶ୍ରେୟର ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ରହେ । ରେଭ ପାର୍ଟିରେ ଭିନ୍ନ ଭିନ୍ନ ଗୃପର ଲୋକ ପାର୍ଟି କରୁଥିଲେ । ସେ ଏହି ପାର୍ଟିରେ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ । ସମସ୍ତଙ୍କ ପାଖରୁ ଡ୍ରଗ୍ସ ଜବତ ହୋଇଥିବା ବେଳେ ଆର୍ଯ୍ୟନ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳି ନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର