Masthead

ଡ୍ରଗ୍ସ ଲିଙ୍କରେ କିଏ ସେ ଓଡ଼ିଆ ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଢୁଛି ଆର୍ୟନଙ୍କ ଅଡୁଆ। ଡ୍ରଗ୍ସ ମାମଲାରେ ପ୍ରତିଦିନ ଖୋଲୁଛି ନୂଆ ନୂଆ ଖିଅ । ଶାହରୁଖଙ୍କ ପୁଅ ସମେତ ବର୍ତ୍ତମାନ ୧୧ ଜଣଙ୍କୁ ଗିରଫ କରିଛି ଏନ୍ସିବି । ଆଜି ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା ରହିଛି। ଗୋଆ ଯାଉଥିବା ରେଭ୍ ପାର୍ଟିରେ ଷ୍ଟାର୍ କିଡଙ୍କ ସମ୍ପୃକ୍ତି ନେଇ ଆଧିକ ଖୋଳତାଡ୍ ଚାଲିଛି । ଏଥିସହ ଜାହାଜ ସହିତ ଜଡ଼ିତ ଅଧିକାରୀଙ୍କୁ ଅକ୍ଟୋବର ୨ ତାରିଖର ଚିଠି ମାଗିଛି ଏନ୍‌ସିବି ।

 ଡ୍ରଗ୍ସ ମାମଲାର ନୂଆ ଖୁଲାସା। NCB ଗିରଫ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା । ମୁମ୍ବାଇରୁ ଗୋଆ ଯାଉଥିବା ରେଭ୍‌ ପାର୍ଟି ମାମଲାରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଏନ୍‌ସିବି ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ଘର ଓଡ଼ିଶାରେ ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅଳ୍ପ ପରିମାଣର ଡ୍ରଗ୍ସ ମଧ୍ୟ ଜବତ ହୋଇଛି । ଏହାକୁ ମିଶାଇ ଏହି ମାମଲାରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁଣି ଥରେ କ୍ରୁଜ୍ CEOଙ୍କୁ ସମନ୍ ଜାରି କରିଛି NCB । ଏଥିସହ ଜାହାଜ ସହିତ ଜଡିତ ଅଧିକାରୀଙ୍କୁ ଅକ୍ଟୋବର ୨ ତାରିଖର ଚିଠି ମାଗିଛି ଏନ୍‌ସିବି।

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ପୁଅ ଆରୟନଙ୍କ ସମସ୍ୟା ବଢିବାରେ ଲାଗିଛି । ହେପାଜତ ସମୟକୁ ବଢାଇବାକୁ ନେଇ ମାଜିଷ୍ଟ୍ରେଟ୍, ଏନସିବି ଓ ଆରୟନଙ୍କ ଓକିଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତି ହୋଇଥିଲା । ଆରୟନଙ୍କ ଫୋନରୁ କିଛି ଆପତ୍ତିଜନକ ତଥ୍ୟ ମିଳିଥିବା ଏନସିବି ଯୁକ୍ତିି ବାଢିଥିବାବେଳେ ଆରୟନଙ୍କ ଓକିଲ ମାନସିଂହ ଦେ ତାଙ୍କ ସପକ୍ଷରେ ଗୋଟେ ପରେ ଗୋଟେ ଦଲିଲ ଉପସ୍ଥାପନ କରିଥିଲେ । ଆରୟନଙ୍କ ଠାରୁ ଡ୍ରଗ୍ସ ତ ମିଳିନାହିଁ ତାହେଲେ ତାଙ୍କୁ କାହିଁକି ଅଯଥା କୋର୍ଟକୁ ଟଣାଯାଉଛି । ଏହା ବ୍ୟତୀତ ସେ ସିପରେ ଡ୍ରଗ୍ସ କାହିଁକି ବ୍ୟବସାୟ କାହିଁକି କରିବେ ସେ ତ ଚାହିଁଲେ ପୁରା ସିପକୁ କିଣିପାରିବେ ବୋଲି ଯୁକ୍ତି ବାଢିଥିଲେ ଓକିଲ ମାନସିଂହ ଦେ ।

ଅଧିକ ପଚରାଉଚୁରରା ପାଇଁ ଆରୟନଙ୍କ ସହ ଅରବାଜ୍ ମଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ୭ ତାରିଖ ଯାଏଁ ହେପାଜତରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କିଲା କୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ