Masthead

ପରଲୋକରେ ଓଡ଼ିଆ ଯୁବ ସାମ୍ବାଦିକ ସତ୍ୟଜିତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ପରଲୋକରେ ଯୁବ ସାମ୍ବାଦିକ ସତ୍ୟଜିତ ମହାପାତ୍ର । ସେ ଦୈନିକ ଖବରକାଗଜ THE COMMON TIMES ସମ୍ପାଦକ ଥିଲେ । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ଥିଲେ । ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମାତ୍ର ୪୪ ବର୍ଷ ବୟସରେ ସେ ଆଖି ବୁଝି ଦେଇଛନ୍ତି । ମୟରଭଞ୍ଜ ଜିଲ୍ଲା ବରିପଦାରେ ଜନ୍ମଗ୍ରହଣ କରିଥିବା ସତ୍ୟଜିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସାମ୍ବାଦିକତାକୁ ପେସା ବୋଲି ବାଝି ନେଇଥିଲେ । ଭୁବନେଶ୍ୱରରେ ପ୍ରକାଶିତ THE COMMON TIMES  ଇଂରାଜୀ ଖବରକାଗଜରେ ସମ୍ପାଦକ ଭାବରେ କାର୍ଯ୍ୟକରୁଥିଲେ ।

ଏହା ପୂର୍ବରୁ ସେ  92.7 ବିଗ ଏଫଏମ ଓ ତରଙ୍ଗ ଟିଭିର ପ୍ରୋଗ୍ରାମିଂର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ତରଙ୍ଗ ଟିଭିର ଅନେକ ପ୍ରୋଗ୍ରାମରେ ସୂତ୍ରଧାର ଥିଲେ ସତ୍ୟଜିତ । ଏହା ପୂର୍ବରୁ ଓଟିଭିରେ ପ୍ରୋଗ୍ରାମ ପ୍ରଡ୍ୟୁସର ଭାବେ କାମ କରୁଥିଲେ । ଓ ଟିଭିରେ ପ୍ରସାରିତ ହେଉଥିବା ‘ଦ ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସର’ ପ୍ରଡ୍ୟସର ଭାବେ ତାଙ୍କୁ ଅନେକ ସୁଖ୍ୟତି ମିଳିଥିଲା । ଗତ କିଛି ମାସ ତଳେ ସତ୍ୟଜିତ ଓ ତାଙ୍କ ପତ୍ନୀ ଭୁବନେଶ୍ୱରରେ କରୋନା ଟିକାର ଦୁଇଟି ଯାକ ଡୋଜ ନେଇଥିଲେ । ତେବେ ଉଭୟ ମାସେ ତଳେ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସତ୍ୟଜିତଙ୍କ ସ୍ତ୍ରୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ସତ୍ୟଜିତଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଅସୁନଥିଲା । ସତ୍ୟଜିତଙ୍କ ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁନଥିଲା । ତେବେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼