Masthead

ଲକ୍ଷ୍ମୀପୁର ଯିବେ ରାହୁଲ ପ୍ରିୟଙ୍କାଙ୍କ ସହ ୩ ନେତା, ମିଳିଲା ଅନୁମତି

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ): ଲକ୍ଷ୍ମୀପୁର ଯିବେ ରାହୁଲ । ଏନେଇ ତାଙ୍କୁ ପ୍ରଥମେ ଅନୁମତି ମିଳିନଥିଲା । କିନ୍ତୁ ଆଜି ୟୁପି ଗୃହ ବିଭାଗ ତାଙ୍କୁ ଅନୁମତି ଦେଇଛି । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଅନ୍ୟ ୩ ବରିଷ୍ଠ ନେତାଙ୍କୁ ବି ଅନୁମତି ମିଳିଛି । ଲକ୍ଷ୍ମୀପୁରରେ କୃଷକ ମାନଙ୍କ ଉପରେ ବିଜେପି ନେତାଙ୍କ ପୁଅ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ପରେ ଏହାକୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ । ।

ପ୍ରଥମେ ପ୍ରିୟଙ୍କା ଗାନ୍ଧି ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ରାସ୍ତାରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଯାହାପରେ ଏହାକୁ ନେଇ ଜୋର ଧରିଥିଲା ରାଜନୀତି । ତେବେ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲଙ୍କ ଫ୍ଲାଇଟକୁ ମଧ୍ୟ ୟୁପିରେ ଲ୍ୟାଣ୍ଡ କରିବାକୁ ଅନୁମତି ଦେଇନଥିଲେ ରାଜ୍ୟ ସରକାର । ଯାହାକୁ ନେଇ ବିମାନବନ୍ଦରରେ ଧାରଣାରେ ବସିଥିଲେ ଭୂପେଷ ବଘେଲ । ସେହିପରି ରାଜସ୍ଥାନ କଂଗ୍ରେସର ଯୁବ ନେତା ସଚୀନ ପାଇଳଟଙ୍କୁ ମଧ୍ୟ ଗାଜିପୁର ସୀମାରେ ଅଟକାଯାଇଥିଲା ।

କିନ୍ତୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ, ରାହୁଲ ଗାନ୍ଧି ଆଦି ଯିଦ ଧରିଥିଲେ । ଯୋଗୀ ସରକାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ । ଆଉ ଆଜି ଯେକୌଣସି ମତେ ଲକ୍ଷ୍ମୀପୁର ଯିବାକୁ ଚାହୁଁଥିବା ବେଳେ ୟୁପି ଗୃହ ବିଭାଗ ତାଙ୍କୁ ଅନୁମତି ଦେଇଛି । ତେବେ ଏହି ମାମଲାରେ କେନ୍ଦ୍ର ସରକାର ଯୋଗୀ ସରକାରଙ୍କ ହାତ ଛାଡ଼ୁଥିବା ନଜର ଆସୁଛି । ମାମଲାର ମୁଖ୍ୟ ଅଭିଯୁକ୍ତି କୁହାଯାୁଥିବା ଆଶିଷ ମିଶ୍ରାଙ୍କୁ କେନ୍ଦ୍ର ବିଜେପି ଦିଲ୍ଲୀ ଡାକିଥିବା ବେଳେ, ବିଜେପି ସାଂସଦ ବରୁଣ ଗାନ୍ଧି ମଧ୍ୟ ବାରମ୍ବାର କୃଷକଙ୍କ ପକ୍ଷରେ ଟ୍ୱିଟ କରି ବିଜେପିକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ