Masthead

ଲକ୍ଷ୍ମୀପୁର ଯିବେ ରାହୁଲ ପ୍ରିୟଙ୍କାଙ୍କ ସହ ୩ ନେତା, ମିଳିଲା ଅନୁମତି

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ): ଲକ୍ଷ୍ମୀପୁର ଯିବେ ରାହୁଲ । ଏନେଇ ତାଙ୍କୁ ପ୍ରଥମେ ଅନୁମତି ମିଳିନଥିଲା । କିନ୍ତୁ ଆଜି ୟୁପି ଗୃହ ବିଭାଗ ତାଙ୍କୁ ଅନୁମତି ଦେଇଛି । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଅନ୍ୟ ୩ ବରିଷ୍ଠ ନେତାଙ୍କୁ ବି ଅନୁମତି ମିଳିଛି । ଲକ୍ଷ୍ମୀପୁରରେ କୃଷକ ମାନଙ୍କ ଉପରେ ବିଜେପି ନେତାଙ୍କ ପୁଅ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ପରେ ଏହାକୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ । ।

ପ୍ରଥମେ ପ୍ରିୟଙ୍କା ଗାନ୍ଧି ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ରାସ୍ତାରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଯାହାପରେ ଏହାକୁ ନେଇ ଜୋର ଧରିଥିଲା ରାଜନୀତି । ତେବେ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲଙ୍କ ଫ୍ଲାଇଟକୁ ମଧ୍ୟ ୟୁପିରେ ଲ୍ୟାଣ୍ଡ କରିବାକୁ ଅନୁମତି ଦେଇନଥିଲେ ରାଜ୍ୟ ସରକାର । ଯାହାକୁ ନେଇ ବିମାନବନ୍ଦରରେ ଧାରଣାରେ ବସିଥିଲେ ଭୂପେଷ ବଘେଲ । ସେହିପରି ରାଜସ୍ଥାନ କଂଗ୍ରେସର ଯୁବ ନେତା ସଚୀନ ପାଇଳଟଙ୍କୁ ମଧ୍ୟ ଗାଜିପୁର ସୀମାରେ ଅଟକାଯାଇଥିଲା ।

କିନ୍ତୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ, ରାହୁଲ ଗାନ୍ଧି ଆଦି ଯିଦ ଧରିଥିଲେ । ଯୋଗୀ ସରକାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ । ଆଉ ଆଜି ଯେକୌଣସି ମତେ ଲକ୍ଷ୍ମୀପୁର ଯିବାକୁ ଚାହୁଁଥିବା ବେଳେ ୟୁପି ଗୃହ ବିଭାଗ ତାଙ୍କୁ ଅନୁମତି ଦେଇଛି । ତେବେ ଏହି ମାମଲାରେ କେନ୍ଦ୍ର ସରକାର ଯୋଗୀ ସରକାରଙ୍କ ହାତ ଛାଡ଼ୁଥିବା ନଜର ଆସୁଛି । ମାମଲାର ମୁଖ୍ୟ ଅଭିଯୁକ୍ତି କୁହାଯାୁଥିବା ଆଶିଷ ମିଶ୍ରାଙ୍କୁ କେନ୍ଦ୍ର ବିଜେପି ଦିଲ୍ଲୀ ଡାକିଥିବା ବେଳେ, ବିଜେପି ସାଂସଦ ବରୁଣ ଗାନ୍ଧି ମଧ୍ୟ ବାରମ୍ବାର କୃଷକଙ୍କ ପକ୍ଷରେ ଟ୍ୱିଟ କରି ବିଜେପିକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି