Masthead

ପାଷାଣ ପାଲଟିଗଲା ବୋହୂ, ବନ୍ଧ ଘରୁ ଉଦ୍ଧାର ହେଲା ଶାଶୂର ସଢିଲା ଶବ

ଉମରକୋଟ(ବଡ଼ ଖବର ବ୍ୟୁରୋ): ମରିଗଲା ମାନବିକତା, ପାଷାଣ ପାଲଟିଗଲା ବୋହୂ। ପୁଅ ତ ମରିଗଲା ହେଲେ ବଢିଗଲା  ମା ପ୍ରତି  ନିର୍ଯାତନା। ନିର୍ଯାତନା ଏମିତି ଥିଲା ଯେ ଆବଦ୍ଧ କୋଠରୀରେ ଶାଶୁକୁ କବାଟ କିଳିଦେଲା ବୋହୂ। ଫଳରେ ଭୋକ ଉପାସରେ ପଡ଼ି ପଡ଼ି ମରିଗଲା ମା। ମରିତ ଗଲା ତଥାପି ଟିକେ ବି ଆଡ଼ଆଥିରେ ଅନେଇଲେନି ବୋହୂ ଓ ନାତି-ନାତୁଣୀ। ଶେଷରେ ପଚି ପଚି ଦେହରେ ପୋକ ପଡି ଗଲା, ଦୁର୍ଗନ୍ଧ ବି ବାହାରିଲା। ଦୁର୍ଗନ୍ଧ ସହିନପାରି ପଡିଶାଘା ଉଦ୍ଧାର କଲେ ଶଢିଲା ଶରୀର।

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଶିବାଜୀ ନଗର ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତା ଜଣଙ୍କ ହେଉଛନ୍ତି କୁସୁମ ନାୟକ । ତାଙ୍କ ବୟସ ୮୨ ବର୍ଷ । ସୂଚନା ମୁତାବକ, ସ୍ବାମୀଙ୍କ ମୃତ୍ୟୁ ପରେ ବଡ଼ ପୁଅ ଓ ବୋହୂଙ୍କ ସହ ଉମରକୋଟ ସ୍ଥିତ ଶିବାଜୀ ନଗରରେ ରହୁଥିଲେ କୁସୁମ। ୬ ମାସ ତଳେ ତାଙ୍କ ବଡ଼ ପୁଅଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପରେ ସେ ବଡ଼ ବୋହୂ ଓ ନାତି-ନାତୁଣୀଙ୍କ ସହ ସେହି ଘରେ ରହୁଥିଲେ। ବୁଧବାର ଦିନ କୁସୁମ ରହୁଥିବା କୋଠରୀରୁ ପଚା ଗନ୍ଧ ବାହାରିବାରୁ ପଡ଼ିଶା ଲୋକେ ଅନ୍ୟ ଦୁଇ ପୁଅଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚିବା ପରେ ସେହି କୋଠରୀର କବାଟ ଖୋଲାଯାଇଥିଲା। ସେଠାରୁ କୁସୁମଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା