Masthead

ପାଷାଣ ପାଲଟିଗଲା ବୋହୂ, ବନ୍ଧ ଘରୁ ଉଦ୍ଧାର ହେଲା ଶାଶୂର ସଢିଲା ଶବ

ଉମରକୋଟ(ବଡ଼ ଖବର ବ୍ୟୁରୋ): ମରିଗଲା ମାନବିକତା, ପାଷାଣ ପାଲଟିଗଲା ବୋହୂ। ପୁଅ ତ ମରିଗଲା ହେଲେ ବଢିଗଲା  ମା ପ୍ରତି  ନିର୍ଯାତନା। ନିର୍ଯାତନା ଏମିତି ଥିଲା ଯେ ଆବଦ୍ଧ କୋଠରୀରେ ଶାଶୁକୁ କବାଟ କିଳିଦେଲା ବୋହୂ। ଫଳରେ ଭୋକ ଉପାସରେ ପଡ଼ି ପଡ଼ି ମରିଗଲା ମା। ମରିତ ଗଲା ତଥାପି ଟିକେ ବି ଆଡ଼ଆଥିରେ ଅନେଇଲେନି ବୋହୂ ଓ ନାତି-ନାତୁଣୀ। ଶେଷରେ ପଚି ପଚି ଦେହରେ ପୋକ ପଡି ଗଲା, ଦୁର୍ଗନ୍ଧ ବି ବାହାରିଲା। ଦୁର୍ଗନ୍ଧ ସହିନପାରି ପଡିଶାଘା ଉଦ୍ଧାର କଲେ ଶଢିଲା ଶରୀର।

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଶିବାଜୀ ନଗର ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତା ଜଣଙ୍କ ହେଉଛନ୍ତି କୁସୁମ ନାୟକ । ତାଙ୍କ ବୟସ ୮୨ ବର୍ଷ । ସୂଚନା ମୁତାବକ, ସ୍ବାମୀଙ୍କ ମୃତ୍ୟୁ ପରେ ବଡ଼ ପୁଅ ଓ ବୋହୂଙ୍କ ସହ ଉମରକୋଟ ସ୍ଥିତ ଶିବାଜୀ ନଗରରେ ରହୁଥିଲେ କୁସୁମ। ୬ ମାସ ତଳେ ତାଙ୍କ ବଡ଼ ପୁଅଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପରେ ସେ ବଡ଼ ବୋହୂ ଓ ନାତି-ନାତୁଣୀଙ୍କ ସହ ସେହି ଘରେ ରହୁଥିଲେ। ବୁଧବାର ଦିନ କୁସୁମ ରହୁଥିବା କୋଠରୀରୁ ପଚା ଗନ୍ଧ ବାହାରିବାରୁ ପଡ଼ିଶା ଲୋକେ ଅନ୍ୟ ଦୁଇ ପୁଅଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚିବା ପରେ ସେହି କୋଠରୀର କବାଟ ଖୋଲାଯାଇଥିଲା। ସେଠାରୁ କୁସୁମଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ