Masthead

ଏଲଏସିରେ ଭାରତ- ଚୀନ ମୁହାଁମୁହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଲଏସିରେ ଭାରତ ଚୀନ୍ ସେନା ମୁହାଁମୁହିଁ । ଏଲଏସି ଆଡ଼କୁ ମାଡ଼ି ଆସୁଥିବା ଚିନ୍ ସେନା ଅଟକାଇଥିଲା ଭାରତୀୟ ସେନା । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ୨୦୦ ଚୀନ୍ ସେନା ଏଲ୍ଏସି ଆଡକୁ ମାଡି ଆସୁଥିବା ବେଳେ ଅଟକାଇଥିଲେ ଭାରତୀୟ ଯବାନ । କମାଣ୍ଡରସ୍ତରୀୟ ଆଲୋଚନା ପରେ ଚୀନ୍ ସେନା ପଛକୁ ହଟିଥିଲେ । ଗତ ସପ୍ତାହରେ ତୱାଙ୍ଗ ସେକ୍ଟରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଚୀନର ପାଖାପାଖି ୨୦୦ ସୈନିକ ଏଲ୍ଏସି ପାର କରି ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ । କିଛି ଘଂଟା ଧରି ଝଗଡା ଲାଗି ରହିଥିଲା । ଏଥିରେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ । ଭାରତ ଓ ଚୀନରେ ଦୀର୍ଘ ଦିନ ହେବ ଉତ୍ତେଜନା ଜାରି ରହିଛି। ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶର ୟାଗତସେ ନିକଟ ତୱାଗ ସେକ୍ଟରରେ ଗତ ସପ୍ତାହରେ ଚୀନ ସୈନିକମାନେ ପ୍ରବେଶ କରିଥିଲେ।

ଭାରତ-ଚୀନ ସୀମାର ଔପଚାରିକ ଭାବେ ସୀମାଙ୍କନ କରାଯାଇ ନାହିଁ। ଚୀନ ସୈନିକ ଭାରତୀୟ ବଙ୍କରଗୁଡ଼ିକ କ୍ଷତି କରିବାକୁ ଉଦ୍ୟମ କରିଥିଲେ। ଫଳରେ ଭାରତୀୟ ଯବାନମାନେ ତୱାଗରେ ଚୀନ ସୈନିକଙ୍କୁ ଅଟକ ରଖିଥିଲେ। ମାତ୍ର ଏହା ଅସ୍ଥାୟୀ ସମୟ ପାଇଁ ଥିଲା। ସେନା ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’