Masthead

ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ବୀରତା

(ବଡ଼ ଖବର ବ୍ୟୁରୋ):   ଆଜି ୮୯ ତମ ପ୍ରତିଷ୍ଠା ଦିବସ ପାଳନ କରିଛି ଭାରତୀୟ ବାୟୁସେନା  । ୮ ଅକ୍ଟୋବର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଆଜି ଏହି ପ୍ରତିଷ୍ଠିତ ଦିବସରେ ଚାରିଆଡେ ବାୟୁସେନା ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା । ବେଶ ଧୁମଧାମରେ ପାଳନ ହୋଇଛି ବାୟୁସେନା ଦିବସ । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୧୯୭୧ ଯୁଦ୍ଧରେ ହୋଇଥିବା ଭାରତ ଓ ପାକିସ୍ତାନ ଯୁଦ୍ଧର ବିଜୟ ଗାଥା ପ୍ରଦର୍ଶିତ କରାଯାଇଥିଲା ।

ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୁରିଲା । ଏ ନେଇ ଭରତୀୟ ବାୟୁସେନା ପକ୍ଷରୁ ଚଳିତ ବର୍ଷ ବିଜୟ ବର୍ଷ ଭାବେ ପାଳନ କରାଯାଇଛି । ଭାରତୀୟ ବାୟୁସେନା ଦେଶ ପାଇଁ ଅନେକ ସେବା କରି ଆସୁଛି । ସ୍ୱାଧୀନତା ପରେ ଭାରତୀୟ ବାୟୁସେନାର ଚୀନ ଓ ପାକିସ୍ତାନ ସହ ଯୁଦ୍ଧରେ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ । ବାୟୁସେନାର ଏହି ଉତ୍ସବରେ ଫାଇଟର ଜେଟ ରାଫେଲ ପ୍ରମୁଖ ଲୋକଙ୍କ ଦୃଷ୍ଟି ଆକର୍ଷଣ ସାଜିଥିଲା ।

ଆଜି ସାରା ବିଶ୍ୱ ଭାରତୀୟ ବାୟୁସେନାର ବଳ ଦେଖିଛି । ପ୍ୟାରେଡ ଗ୍ରାଉଣ୍ଡରେ ରାଫେଲ ସମେତ ସୁଖୋଇ, ମିରାଜ୍ , ତେଜସ ଭାଗନେଇଥିଲେ । ଆକାଶମାର୍ଗରେ ବାୟୁସେନା କର୍ମଚାରୀ ନିଜର କଳାକୌଶଳ ପ୍ରଦର୍ଶନ କରିଛନ୍ତିି । ବାୟୁସେନାର ଆକାଶଗଙ୍ଗା ଟିମ ଡେୟାର ଡେଭିଲ ଶୋ ପ୍ରଦର୍ଶନ କରିଥିଲେ । ଅମେରିକା, ଋଷିଆ, ପରେ ଭାରତୀୟ ବାୟୁସେନା ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଭାରତୀୟ ବାୟୁସେନା ପାଖରେ ୧ ଲକ୍ଷ ୭୦ ହଜାରରୁ ଅଧିକ ଯବାନ ଓ ଅଧିକାରୀ ଦେଶର ସେବାରେ ନିୟୋଜିତ ଅଛନ୍ତି । ଦେଶ ସ୍ୱାଧୀନ ହେବା ପୂର୍ବରୁ ବାୟୁସେନାକୁ ରୟାଲ ଇଣ୍ଡିଆନ୍ ଏୟାରଫୋର୍ସ ବୋଲି କୁହାଯାଉଥିଲା । ହେଲେ ଦେଶ ସ୍ୱାଧୀନ ହେବା ପରେ ରୟାଲ ଶବ୍ଦକୁ ହଟାଯାଇ ଇଣ୍ଡିଆନ ଏୟାରଫୋର୍ସ ଦିଆଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ