Masthead

ଅବହେଳିତ ଗାନ୍ଧୀ ପୀଠ

ଆଜି ଗାନ୍ଧୀଜୟନ୍ତୀ ,ବାପୁ ଜୀଙ୍କ ମଞ୍ଜୁରୀ ଗାଁ ସ୍ମୃତି ପୀଠ ହେବ କେବେ । ୧୯୩୪ମସିହା ମେ ୫ତାରିଖରୁ ଆଜି ଯାଏ ଦୀର୍ଘ ୮୬ ବର୍ଷ ବିତି ଯାଇ ଥିଲେ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି ଏହି ଗାନ୍ଧୀସ୍ମୁତି ପୀଠ ।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତଗତ ରଞ୍ଜିତ ପଞ୍ଚାୟତ ମଞ୍ଜୁରୀ ଗାଁ । ନା,ଟି ଅଖ୍ୟାତ ହୋଇଥିଲେ ମଧ୍ୟ ଭାରତ ସ୍ୱାଧୀନତା ଇତିହାସରେ ଓଡ଼ିଶାର ଯଦି କେତୋଟି ସ୍ମୁତି ଚି଼ହ୍ନ ରହିଛି ତାହା ମଧରୁ ଗୋଟିଏ । ୧୯୩୪ ମସିହା ରେ ହରିଜନ ପଦଯାତ୍ରା ରେ ଗାନ୍ଧୀ ଆସିଥିବା ବେଳେ ରାତ୍ରି ଜାପନ କରିଥିଲେ ଏହି ମଞ୍ଜୁରୀ ଗ୍ରାମ ରେ ।
ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସେବେଠୁ ଏହି ଗ୍ରାମ ର ମହତ ଯଥେଷ୍ଟ ରହିଛି ।କିନ୍ତୁ ଏହି ପୀଠ ଆଜି ଅବହେଳିତ ଅବସ୍ଥା ରେ ରହିଛି ।

ସନ୍ତକ ସୁରୂପ ଗାନ୍ଧୀ ରହିଥିବା ଚାଳ ଛପର ଘର ଖଣ୍ଡେ ଅଛି ସତ । କିନ୍ତୁ ନାମକୁ ମାତ୍ର ଅସୁରକ୍ଷିତ ହୋଇ ରହିଛି ବାପୁଙ୍କର ଏକ ଛୋଟ ଫୋଟଟି। କିନ୍ତୁ ଏହି ଐତିହାସିକ ସ୍ମୁତି ସ୍ଥଳ ପ୍ରତି କାହଁକି ଯେ ପ୍ରଶାସନ ଆଖି ବୁଜିଦେଇଛି ତାହା ଭାବିଲେ ଚକିତ ଲାଗେ । ଜରାଜୀର୍ଣ୍ଣ ହୋଇ ପଡି ରହିଛି ବାପୁଙ୍କର ଏକ ଛୋଟ ମୂର୍ତ୍ତିଟିଏ । ଗାନ୍ଧୀଜୟନ୍ତୀ ରେ କେବେ କେମିତି କାହାର ମନେ ପଡିଲେ ଯାଇ ଗେଣ୍ଡୁ ମାଳାଟିଏ ଦେଇ କାମ ସାରିଦିଅନ୍ତି । ତେବେ ଏହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୁଷ୍ଟ । ତୁରନ୍ତ ଏହାକୁ ଏକ ସ୍ମାରକୀପୀଠ ଭାବେ ଘୋଷଣା କରିବା ସହିତ ଏକ ବଡ ମୂର୍ତ୍ତି ସ୍ଥାପନା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ