Masthead

ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ଲଖିମପୁର(ବଡ଼ ଖବର ବ୍ୟୁରୋ): ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା । ଲଖିମପୁର ଖେରି ହିଂସାରେ କୋର୍ଟଙ୍କ ଶୁଣାଣି । ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ । ସିବିଆଇ ୟୁପି ହିଂସାର ସମାଧାନ ନୁହେଁ । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ କାହିଁକି ଗିରଫ କରାଯାଇନି । ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ ପୁଲିସ ଏହି ଘଟଣାରେ ଦୁଇ ଜଣକୁ ଗିରଫ କରିଛି । କିନ୍ତୁ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସମନ ପଠାଇବାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଆପତ୍ତି ଉଠାଇଛନ୍ତି । ଯେଉଁ ପ୍ରକାର ଅନ୍ୟ ଲୋକଙ୍କୁ ପୁଲିସ ବ୍ୟବହାର କରୁଛି, ଠିକ ସେହିଭଳି ଏହି ମାମଲାର ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ବ୍ୟବହାର କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କିନ୍ତୁ ସମନ ପରେ ମଧ୍ୟ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇ ନାହାଁନ୍ତି ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର । ତେବେ ତାଙ୍କର କୌଣସି ଏଯାଏଁ ପତ୍ତା ମଧ୍ୟ ମିଳୁନି ।

ଗିରଫ ଭୟରେ ମନ୍ତ୍ରୀଙ୍କ ପୁଅ ନେପାଳ ଫେରାର ହୋଇ ଯାଇଛନ୍ତି ବୋଲି ଅନୁମାନ କରାଯାଉଛି । ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା ଘଟଣାରେ ପୁଲିସ ଆଶିଷଙ୍କୁ ଦିନ ୧୦ ଟା ବେଳେ ହାଜର ହେବା ପାଇଁ ସମନ କରିଥିଲେ । ହେଲେ ମନ୍ତ୍ରୀଙ୍କ ପୁଅ ହାଜର ହେବା ପରିବର୍ତ୍ତେ ନେପାଳ ଫେରାର ହୋଇଯାଇଥିବାର କଥା ସାମ୍ନାକୁ ଆସିଛି । ଏନେଇ ପୁଲିସ ତାଙ୍କ ଫୋନକୁ ଟ୍ୟାପ କରୁଥିବାର ସୂଚନା ମିଳିଛି । ସେପଟେ କିଛିଦିନ ପୂର୍ବରୁ ତାଙ୍କ ଫୋନର ଲୋକେସନ ଉତ୍ତରପ୍ରଦେଶ-ନେପାଳ ସୀମା ଗୌରୀପାଟନାରେ ଠାବ କରାଯାଇଥିଲା । ସେବେଠାରୁ ତାଙ୍କର କୌଣସି ପର୍ତ୍ତା ପୁଲିସ ପାଇପାରୁ ନାହିଁ । ଏପରିକି ତାଙ୍କ ଫୋନର ଲୋକେସନ ବାରମ୍ବାର ବଦଳୁଥିବାର ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି