Masthead

୧୫ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର

ବାଣପୁର (ବଡ଼ ଖବର ବ୍ୟୁରୋ): ସାଳିଆ ନଦୀର ସାଖା ସାପୁଆ ନଦୀରୁ ମଞ୍ଜୁଲତା ମହାରଣାଙ୍କ ମୃତ ଦେହ ଉଦ୍ଧାର । ସାଳିଆ ନଦୀର ଶାଖା ସାପୁଆ ନଦୀରୁ ବାଣପୁର ଅଗ୍ନିଶମ ବାହିନୀ ୧୫ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କଲା । ନଈର ପ୍ରଖର ସ୍ରୋତରେ ଭାସିଯାଇଥିବା ସାନହନ୍ତୁଆଡ଼ ଗାଁର ମଞ୍ଜୁଲତା ମହାରଣା ଗତକାଲି ଗାଧୋଇବା ପାଇଁ ଯାଇଥିଲେ ।

ଘରଲୋକ ବହୁତ ଖୋଜାଖୋଜି ପରେ ମଞ୍ଜୁଲତା ଗାଧୋଇ ଯିବା ସନ୍ଦେହରେ ପାଖରେ ଥିବା ନଈକୁ ଯାଇ ଦେଖିଥିଲେ । ନଈ ପଠାରେ ମଞ୍ଜୁଲତାଙ୍କ ଲୁଗା ଦେଖି ପାଣିରେ ବୁଡିଯାଇଥିବାର ସନ୍ଦେହରେ ଗ୍ରାମର ଯୁବକମାନେ ଖୋଜାଖୋଜି କରିବା ସହ ବାଣପୁର ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ବାଣପୁର ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ ।

ଏବଂ ବହୁତ ରାତି ହୋଇଯାଇଥିବାରୁ ମଞ୍ଜୁଲତାଙ୍କର କୌଣସି ଖୋଜଖବର ପାଇନଥିଲେ ପୁଣି ଆଜି ସକାଳୁ ବାଣପୁର ଅଗ୍ନିଶମ ବାହିନୀ ତାର ସର୍ଚ୍ଚ ଅପରେସନ ଜାରି ରଖିଥିଲା ଓ ଗାଧୋଇବା ସ୍ଥାନ ଠାରୁ ୧୦୦ ମିଟର ଦୁରରୁ ମଞ୍ଜୁଲତାଙ୍କ ଶବ ଭାସୁଥିବାର ଦେଖି ବାଣପୁର ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ମଞ୍ଜୁଲତାଙ୍କ ଶବକୁ ହସ୍ତାନ୍ତର କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ