Masthead

ପାଠକଙ୍କୁ ପ୍ରଶ୍ନ, ଡିଲିଟ କରିବେ ଫେସବୁକ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଲୋକପ୍ରିୟ ଟାଇମ ମାଗାଜିନର ଚଳିତ ସଂସ୍କରଣର କଭର ପେଜରେ ମାର୍କ ଜୁକରବର୍ଗଙ୍କ ଫଟୋ । ଯେଉଁ ଫଟୋ ଉପରେ କି ଫେସବୁକକୁ ଡିଲିଟ କରିବାର ଆଇକନ ମଧ୍ୟ ରହିଛି । ଏଥିସହିତ ମାଗାଜିନ ପକ୍ଷରୁ ଦାବି କରାଯାଇଛି ଯେ, ଫେସବୁକ ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି । କିନ୍ତୁ ଫେସବୁକ ସୁରକ୍ଷା ବଦଳରେ ଲାଭ ଉପରେ ଅଧିକ ଧ୍ୟାନ୍ ଦେଉଛି ବୋଲି ଦାବି କରିଛି ମାଗାଜିନ୍ ।

ମାଗାଜିନର ୱେବସାଇଟରେ ପ୍ରକାଶିତ ଟାଇମ୍ କଭରରେ ଏକ କ୍ୟାପସନ୍ ମଧ୍ୟ ଲେଖା ଯାଇଛି । ଏହି କଭର ଷ୍ଟୋରୀରେ ଫେସବୁକର ସିବିକ୍ ଇଣ୍ଟିଗ୍ରିଟି ଟିମ୍ ବିଷୟରେ ମଧ୍ୟ ବିସ୍ତାର ରୂପେ ସୂଚନା ଦିଆଯାଇଛି । ଭୁଲ୍ ସୂଚନା ଓ ଘୃଣ୍ୟ ତଥ୍ୟ ଭଳି ଖବର ବିରୋଧରେ ଲଢୁଥିବା କର୍ମଚାରୀ ମାନଙ୍କୁ କମ୍ପାନୀ ପକ୍ଷରୁ ବାହାର କରିଦିଆଯାଇଥିଲା । ଫେସବୁକ୍ ୨୦୨୦ରେ ଏକ ଟିମକୁ ଭାଙ୍ଗି ଦେଇଥିଲା ।

ଯାହା ପରେ ଫେସବୁକର ପୂର୍ବତନ କର୍ମଚାରୀ ଫ୍ରାନ୍ସେସ୍ ହୋଗେନ୍ କମ୍ପାନୀର ଆଭ୍ୟନ୍ତରିଣ ଗତିବିଧିକୁ ସାର୍ବଜନୀନ କରିଥିଲେ । ଆହୁରି ମଧ୍ୟ କଭର ଷ୍ଟୋରୀକୁ ବିଲି ପୋରିଗୋ ରିପୋର୍ଟ କରିଥିଲେ । ପୋରିଗୋଙ୍କ କହିବାନୁସାରେ ଫେସବୁକର ଆଗାମୀ ଭବିଷ୍ୟତ କେଉଁ ଦିଗରେ ଯିବ ଜଣାନାହିଁ, କିନ୍ତୁ ଆଭ୍ୟନ୍ତରିଣ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ