Masthead

ମଦ ଦୋକାନକୁ ନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରଙ୍କ କରୋନା କଟକଣା ହୋଇଛି ବାଟବଣା । ଆଇନ ଉଲ୍ଲଙ୍ଘନକାରୀଙ୍କୁ ସାବାଡ଼ କରୁଛି କମିଶନରେଟ୍ ପୋଲିସ । ମାସ୍କ୍ ପିନ୍ଧି ନଥିବା ଲୋକଙ୍କଠାରୁୁ ନେଉଛି ମୋଟା ଅଙ୍କର ତଣ୍ଡ । ରାସ୍ତାକଡ଼ରେ ବିକୁଥିବା ବେପାରୀଙ୍କ ଦୋକାନରେ ଗହଳି ହେଲେ ତାଗିଦ୍ କରୁଛି ପୋଲିସ । କରୋନା ଗାଇଡ଼ ଲାଇନ୍ ଅନୁସାରେ ସେ ନିରିହ ଚା ଦୋକାନୀ ହୁଅନ୍ତୁ ବା ପରିବା ବେପାରୀ ସମସ୍ତଙ୍କୁ ଦେବାକୁ ପଡୁଛି ଫାଇନ୍ ।

କିନ୍ତୁ ମଦ ଦୋକାନକୁ ଲୋକେ ବିନା ମାସ୍କରେ ଆସୁଛନ୍ତି । ସାନିଟାଇଜ ନକରି ଗ୍ରାହାକଙ୍କୁ ଦିଆଯାଉଛି ମଦ । ଦୋକାନ ଆଗରେ ଜମୁଛି ନାହିଁ ନଥିବା ଭିଡ଼ । ଲକ୍ଷ୍ମୀସାଗର ହେଉ ବା ରସୁଲଗଡ଼, ପଡ଼ୁନି କମିଶନରେଟ୍ ପୋଲିସର ନଜର । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ମଦ ବ୍ୟବସାୟୀଙ୍କ ଲାଗି କ’ଣ ଅଲଗା ନିୟମ? କାହିଁକି ଚୁପ୍ ବସିଛି ପୋଲିସ? ମଦ ବ୍ୟବସାୟୀଙ୍କ ସହ ହୋଇନାହିଁ ତ ବୁଝାବଣା? କେବେ ହେବ କାର୍ଯ୍ୟାନୁଷ୍ଠାନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ