Masthead

ଲୋକ କଲେ ସମାଲୋଚନା, ଏମିତି ଜବାବ ଦେଲେ ରୁପାଣିଙ୍କ ଝିଅ..

ଗାନ୍ଧିନଗର(ବଡ଼ ଖବର ବ୍ୟୁରୋ): ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏହାକୁ ନେଇ ସରକଗରମ ହୋଇଛି ଜାତୀୟ ରାଜନୀତି । ଅନେକ ଲୋକ ଏନେଇ ବିଜେପି କଟାକ୍ଷ କରିବା ସହ ଅନେକ ଏହାକୁ ସମର୍ଥନ କରିଛନ୍ତି । ଅନେକ ଲୋକ ବିଜୟ ରୁପାଣିଙ୍କ ଲୋକପ୍ରିୟତା ଉପରେ ବି ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ବିଜୟ ରୁପାଣିଙ୍କ ଝିଅ କ୍ରୋଧ ପ୍ରକାଶ କରିଛନ୍ତି । ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନଙ୍କୁ ଜବାବ ଦେବାକୁ ଫେସବୁକରେ ଏକ ପୋଷ୍ଟ କରିଛନ୍ତି ବିଜୟ ରୁପାଣିଙ୍କ ଝିଅ ।

ସେଥିରେ ସେ ଲେଖିଛନ୍ତି ଲେଖିଛନ୍ତି, ‘ବହୁତ କମ ଲୋକ ଜାଣିଛନ୍ତି ଯେ କରୋନା ଓ ତାଉତେ ବାତ୍ୟା ଭଳି ସମସ୍ୟାରେ ମୋ ପିତା ରାତି ସାଢେ ୨ଟା ଯାଏଁ ଚେଇଁ ରହୁଥିଲେ ଓ ଲୋକଙ୍କ ପାଇଁ ବ୍ୟବସ୍ଥା କରୁଥିଲେ, ଫୋନରେ ଲାଗି ରହୁଥିଲେ।’ ଏହାଛଡ଼ା ରାଧିକା ଲେଖିଛନ୍ତି,’ ଅନେକ ଲୋକଙ୍କ ପାଇଁ ମୋ ପିତାଙ୍କ କାର୍ଯ୍ୟକାଳ ଜଣେ କାର୍ଯ୍ୟକର୍ତ୍ତା ଭାବେ ଆରମ୍ଭ ହୋଇଥିଲା ଏବଂ ଅନେକ ରାଜନୈତିକ ପଦବୀ ଜରିଆରେ ମୁଖ୍ୟମନ୍ତ୍ରୀ ଯାଏଁ ପହଞ୍ଚିଥିଲେ।

କିନ୍ତୁ ମୋ ବିଚାରରେ ମୋ ପିତାଙ୍କ କାର୍ଯ୍ୟକାଳ ୧୯୭୯ରେ ମୋରବି ବନ୍ୟା, ଅମରୋଲିରେ ବାଦଲ ଫାଟିବା ଘଟଣା, କଚ୍ଛ ଭୂକମ୍ପ, ସ୍ୱାମୀ ନାରାୟଣ ମନ୍ଦିରରେ ଆତଙ୍କବାଦୀ ହମଲା, ଗୋଧରା ଘଟଣା, ବନାସକାଣ୍ଠା ବନ୍ୟାରୁ ଆରମ୍ଭ ହୋଇଥିଲା। ତାଉତେ ବାତ୍ୟା ଓ କୋଭିଡ ସମୟରେ ମୋ ପିତା ଦିନ ରାତି କାମ କରୁଥିଲେ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ