Masthead

ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ବରିଷ୍ଠ ସାମ୍ବାଦିକ ନବୀନ ଦୀସଙ୍କ ବଡ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ରାତିରୁ ଅନୁରାଗ ନିଖୋଜ ଥିଲେ । ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।ପୁଅର ଏଭଳି ମୃତ୍ୟୁ ନେଇ ନିଜେ ନବୀନ ଦାସ ସୂଚନା ଦେଇଛନ୍ତି ।

ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି, ପୁଅ ଗୁଡୁକୁ ସବୁଦିନ ପାଇଁ ହରାଇଲି । ପ୍ରଭୁ ତା ଆତ୍ମାକୁ ଶାନ୍ତି ଦିଅନ୍ତୁ । ସେପଟେ ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଆଜି ସକାଳେ ଇନଫୋସିଟି ଥାନାରେ ମନୀଷଙ୍କ ନିଖୋଜ ଅଭିଯୋଗ କରାଯାଇଥିଲା । ହେଲେ ପରେ ତାଙ୍କ ମୃତଦେହ ମିଳିଥିବା ନେଇ ଗାଁ ଲୋକେ ଖବର ଦେଇଛନ୍ତି । ଯାହା ପରେ ଆମେ ତଦନ୍ତ ଆରମ୍ଭ କରିଛୁ । ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ସବୁ ତଥ୍ୟ ସମ୍ନାକୁ ଆସିବ । ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଅଧିକ ତଥ୍ୟ ସଂଗ୍ରହ କରୁଥିବା ନେଇ ଡିସିପି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ