Masthead

ବିଜେଡି ନାହିଁ ଯେଉଁଠି, ପ୍ରଥମ ସ୍ମାଟକାର୍ଡ ସେଇଠି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ବିଜେଡି ଟାର୍ଗେଟରେ ବିରୋଧୀ ଗଡ । ଶାସକ ଦଳର ମାଷ୍ଟରପ୍ଲାନ । ପଞ୍ଚାୟତ ଭୋଟରେ ବିଜେପିକୁ ମାତ ଦେବ । ଆଉ ବିଜେପି ଗଡକୁ ଦଖଲ କରିବ । ଯାହାକୁ ନେଇ ଗୋଟି ଚାଳନା ଆରମ୍ଭ ଦେଇଛି ଶାସକ ବିଜୁ ଜନତା ଦଳ । ଏହି କ୍ରମରେ ରାଜ୍ୟବ୍ୟାପି ଚାଲିଛି ଯାତ୍ରା । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଗସ୍ତ କରୁଛନ୍ତି । ହେଲେ ଷ୍ଟୋପେଜ ନେଉଛନ୍ତି ସେହି ଜାଗାରେ ।

ଯେଉଁ ଜିଲାରେ ବିଜେପି ସାଂସଦ । ଯେଉଁଠି ବିଜେପି ବିଧାୟକ । ତା ସହ ପୂର୍ବ ପଞ୍ଚାୟତ ନିର୍ବାଚନରେ ଯେଉଁଠି ପଦ୍ମ ଫୁଟିଥିଲା । ବିଜେଡି ସୁପ୍ରିମୋ ନବୀନଙ୍କ ଫୋକସରେ ସେହି ଜିଲ୍ଲା । ମାଲାକାନଗିରିୁ ଆରମ୍ଭ କରି ସୁନ୍ଦରଗଡ । ବଲାଙ୍ଗିରରୁ ଆରମ୍ଭ କରି ଦେବଗଡ । ପରେ ପରେ ଗଜପତି । ଆଉ ଏବେ ବ୍ରହ୍ମଗିରି । ଯେଉଁଠି ବିଜେପିର ବନା । ସେଠି ନବୀନ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟୁଛନ୍ତି । ଯେଉଁଥିରେ ପଞ୍ଚାୟତ ଭୋଟର ଗନ୍ଧ ବାରି ହେଉଛି ବୋଲି ବିଜେପି କହିଛି । ତେବେ ଏଥର ବି ବିଜେଡିକୁ ପୂର୍ବଥର ଭଳି ମାତ ଦେବ ବୋଲି ବିଜେପି କହିଛି । ସେପଟେ ବିଜେଡି ଏହାକୁ କାଉଣ୍ଟର କରିଛି । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଏକ ଲୋକାଭିମୁଖୀ ଯୋଜନା । ଯାହାର ଫାଇଦା ରାଜ୍ୟବାସୀ ପାଇବା ଦରକାର । ବିଜେପି ଏହି ଯୋଜନାକୁ ନେଇ ଯେଭଳି ଢଙ୍ଗରେ ବାୟାନବାଜୀ କରୁଛି । ତାହା ଭିତ୍ତିହୀନ । ତେବେ ପଞ୍ଚାୟତ ଭୋଟ ପାଇଁ ଦଳ ପ୍ରସ୍ତୁତ ଥିବା ବିଜେଡି କହିଛି । ରାଜ୍ୟ ରାଜନୀତିର ସେଣ୍ଟରରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯାତ୍ରା । ନବୀନଙ୍କ ଗସ୍ତକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ । ଭୋଟ ହାତେଇବାକୁ ବିଜେପି ଗଡରେ ସ୍ମାର୍ଟ କାର୍ଡ ବାଣ୍ଟୁଛି ଶାସକ । ତେବେ ଭୋଟ ହାତେଇବାରେ କିଏ ସଫଳ ହେବ । ବିଜେପି । ନା ବିଜେଡି । ତା ଉପରେ ସମସ୍ତଙ୍କ ନଜର । ଖାଲି ବିଜେପି ନୁଁହ କଂଗ୍ରେସ ଯେଉଁଠି ଜିତିଛି, ସେଠିବି ଟାର୍ଗେଟ କରିଛି ବିଜେଡି, ଯେମିତିକି ବଲାଙ୍ଗୀରି ରେ କଂଗ୍ରେସ ଜିତିଛି ସେଥିବି ସ୍ମାର୍ଟକାର୍ଡ ବଣ୍ଟନ ହୋଇଛି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼