Masthead

ଉଚ୍ଛୁଳା ନଈରେ ବାଜିଲାଗୁଛି ଜୀବନ

ମାଥିଲି, (ବଡ଼ ଖବର ବ୍ୟୁରୋ): ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସରକାରୀ ଯୋଜନାର ଅଭାବ ନାହିଁ । କିନ୍ତୁ ସରକାରୀ ବାବୁ ଓ ଲୋକପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଯୋଜନା ବାଟହୁଡୁଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ । ଏହି ବ୍ଲକର ଅଟାଲଗୁଡା ଏକ ଅଭିଶପ୍ତ ଗାଁ କହିଲେ ଭୁଲ୍ ହେବ ନାହିଁ । ଗାଁକୁ ଘେରିିରହିଛି ନଈ । ପୋଲ ନଥିବାରୁ ବିକାଶଠାରୁ ଅଟାଲଗୁଡା ବହୁ ଦୂରରେ । ଗାଁର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଉଛୁଳା ନଈ ପାରହୋଇ ଗୋବିନ୍ଦାପଲି କିମ୍ବା ମାଥିଲି ଯାଇଥାନ୍ତି । ଆମ୍ବୁଲାନ୍ସ ଏହି ଗାଁକୁ ଆସିବା କେହି କେବେ ଦେଖିନାହାନ୍ତି ।

ଦୈନନ୍ଦିନ କାମପାଇଁ ଗାଁ ବାହାରକୁ ଗଲେ ଲୋକଙ୍କୁ ନଈ ପାର ହେବାକୁ ପଡିଥାଏ । ଉଚ୍ଛୁଳା ନଈରେ ଜୀବନ ବାଜିଲାଗୁଥିବା ବେଳେ ସରକାର ଏକ ଡଙ୍ଗା ଯୋଗାଇ ଦେଇ ହାତଯୋଡି ବସିଛନ୍ତି । ଭରା ନଈରେ ଭାସି ଅନେକଙ୍କ ଜୀବନ ଯ।।ଉଥିବାର ନଜିର ମଧ୍ୟ ରହିଛି । ଏପଟେ ଡଙ୍ଗା ଅବସ୍ଥା ମଧ୍ୟ କହିଲେ ନସରେ । ସେ ଡଙ୍ଗା ବି ଅଦରକାରୀ ହୋଇ ପଡିରହିଛି। ପ୍ରଶାସନିକ ଅଧିକାରୀଙ୍କ ଭରସାକୁ ଏବେ ବି ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ