ଏରସମାରେ ପାଳିତ ହେଲା “ମୋ ମାଟି, ମୋ ଦେଶ”କାର୍ଯ୍ୟକ୍ରମ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ସାରା ଦେଶରେ ବିଜେପି କରୁଛି “ମୋ ମାଟି, ମୋ ଦେଶ”କାର୍ଯ୍ୟକ୍ରମ। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଏରସମାର ପ୍ରସିଦ୍ଧ ସ୍ୱାଧିନତା ସଂଗ୍ରାମ ପୀଠ ବେଡିମଠରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏଥିରେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଜେପି ନେତା ତଥା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ବିଜେପି ନେତା ସର୍ବଶ୍ରୀ ଶିବବ୍ରତ ଦାସ, ସଞ୍ଜୟ ମହାନ୍ତି, ଶଶିକାନ୍ତ ପରିଡା, ନୃସିଂହ ଚରଣ ସାହୁ, ନିର୍ଲ୍ଲୀପ୍ତ ଜେନା,  ମୋହିତ ମହାନ୍ତି, ଉମାକାନ୍ତ ପରିଡାଙ୍କ ସମେତ ବହୁ ବିଜେପି ନେତା ଓ ସଂଗଠକ ଯୋଗଦେଇଥିଲେ।

ବିଜେପି ଯୁବନେତା ନିରାକାର ସ୍ୱାଇଁଙ୍କ ନେତୃତ୍ୱରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଶତାଧିକ ଜନସମାଗମରେ ସ୍ୱାଧିନତା ସଂଗ୍ରାମର ପ୍ରସିଦ୍ଧ ଚଟୁଆ ବେଡିମଠରୁ ବୀରମାଟି ସଂଗ୍ରହ କରାଯିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ନେତା ଓ ଶତାଧିକ ସମର୍ଥକ ପ୍ରସିଦ୍ଧ ଗଡକୁଜଙ୍ଗ କୁଞ୍ଜବିହାରୀ ପୀଠ ଓ ନୂଆଗାଁ ମହାବୀରଙ୍କ ଦର୍ଶନ ସହ କଳସରେ ମାଟି ସଂଗ୍ରହ କରିଥିଲେ।ପରେ ପରେ ଢ଼ିଙ୍କିଆ ଚାରିଦେଶର ଗାଁ ଗାଁ ବୁଲି ପବିତ୍ର ମାଟି ସଂଗ୍ରହ କରାଯାଇଥିଲା।

ଏହି ମହାନ କାର୍ଯ୍ୟକ୍ରମ ଅବସରରେ ଢ଼ିଙ୍କିଆ ତ୍ରିଲୋଚନପୁରର ସମାଜସେବୀ ତଥା ବିଜେପି ସଂଗଠକ ସଞ୍ଜୟ ବେହେରାଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ମୋ ମାଟି ମୋ ଦେଶ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହ ଦେଶାତ୍ମବୋଧକ ଭାବନା ଜାଗ୍ରତ କରିବ ବୋଲି ନେତାମାନେ ପ୍ରକାଶ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ