Masthead

ଫେଲ ମାରିଲା ଭାରତ-ଚାଇନା ୧୩ତମ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବସିଥିବା ୧୩ତମ କମାଣ୍ଡସ୍ତରୀୟ ବୈଠକରେ ସୁଫଳ ମିଳିଲାନି । ହୋଇଥିବା ଆଲୋଚନା ବେଳେ ଭାରତ ପକ୍ଷରୁ ଅନେକ ପ୍ରକାରର ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା । ଏପରି ପ୍ରସ୍ତାବ ସତ୍ବେ ବି ଚାଇନା ଅରାଜି ହୋଇଛି ।ଫଳରେ ସୀମା ବିବାଦକୁ ନେଇ ବସିଥିବା ଆଲୋଚନାରୁ କୌଣସି ପ୍ରକାରର ସୁଫଳ ମିଳିପାରି ନଥିବା ଜଣାପଡିଛି ।

ବସିଥିବା ବୈଠକରେ ଚୀନି ପକ୍ଷରୁ ସାମା ବିବାଦ ସମାଧାନ ପାଇଁ କୌଣସି ପ୍ରସ୍ତାବ ଦିଆଯାଇନଥିଲା । ତେବେ ଭାରତ ଚାଇନାକୁ କଡା ସନ୍ଦେଶ ଦେଇଛି । ଏଲଏସିର ବାକି ସ୍ଥାନର ସେନା ପ୍ରତ୍ୟାହାର ଦାୟିତ୍ୱ ଏବେ ଚାଇନାର ବୋଲି ବୈଠକ ବେଳେ ଭାରତ ଏହା କହିଛି । ଏହି ୧୩ ତମ ବୈଠକ ବେଳେ ଭାରତ ପକ୍ଷରୁ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଗଠନମୂଳକ ପ୍ରସ୍ତାବ ରଖାଯାଇଇଥିଲା । ଏଲଏସିର ଅବଶିଷ୍ଠ ଅଂଶରୁ ସେନା ପ୍ରତ୍ୟାହାର କରିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଏଥିରେ ଚାଇନା ରାଜି ହୋଇନଥିଲା ।

ତେଣୁ ବୈଠକରେ ଚାଇନା ସୀମା ବିବାଦର ସମାଧାନ ପାଇଁ ନିଜ ତରଫରୁ କୌଣସି ପ୍ରସ୍ତାବ ଦେଇନଥିଲା । ଏହି ବୈଠକରେ କୁହାଯାଇଛି ଯେ, ଚାଇନା ଦ୍ୱିପାକ୍ଷିକ ସମ୍ପର୍କରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦେବ ଓ ଅବଶିଷ୍ଟ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପାଇଁ ଯୋଜନା ପ୍ରସ୍ତୁତ କରିବା ବୋଲି ଭାରତ ଆଶା ରଖିଛି । ଏହା ପରେ ଚାଇନା ଦ୍ୱିପାକ୍ଷିକ ଚୁକ୍ତି ଓ ସୀମାର ସ୍ଥିତାବସ୍ଥାକୁ ମଧ୍ୟ ଉଲ୍ଲଘଂନ କରିଥିବା ଭାରତ ଦାବି କରିଛି ।

ହୋଇଥିବା ବୈଠକରେ ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ ଭାରତ ପକ୍ଷରୁ ଚାଇନାକୁ କଡା ଚେତାବନୀ ଦିଆଯାଇଛି । ସୂଚନା ଅନୁଯୟୀ ଅକ୍ଟୋବର ୧୦ରେ ଚୁଶୁଲୁ-ମୋଲଡୋ ସୀମାରେ ଭାରତ ଓ ଚାଇନା ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ତେବେ ଗତବର୍ଷ ମେ ମାସରୁ ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି ହେବା ପରେ ଦୁଇ ଦେଶ ପରସ୍ପର ମଧ୍ୟରେ ୧୩ତମ ଥର ପାଇଁ ବୈଠକ ବସିଥିଲା । ହେଲେ ଏହି ଆଲୋଚନା ବେଳେ ଚାଇନା ସୀମା ବିବାଦର ସମାଧାନ ପାଇଁ ନିଜ ତରଫରୁ କୌଣସି ପ୍ରସ୍ତାବ ଦେଇନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ