Masthead

୪ ବର୍ଷରେ ବିଜେପି ଶିବିର ଛାଡ଼ିଛନ୍ତି ୩ ଦଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ୪ ବର୍ଷରେ ବିଜେପି ଶିବିର ଛାଡ଼ିଛନ୍ତି ୩ ଦଳ । ଏବେ ଏଆଇଏଡିଏମ୍‌କେ ହାତ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି । ୧୯୯୮ ରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୬ଟି ଦଳ ମିଳିତ ଭାବେ ଏନଡିଏ ଗଠନ କରିଥିଲେ। ୨୦୧୯ରେ, ୨୦ଟି ଦଳ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଥିଲେ। ତେବେ ବର୍ତ୍ତମାନ ମେଣ୍ଟରେ ସହଯୋଗୀଙ୍କ ସଂଖ୍ୟା ୧୭କୁ ଖସି ଆସିଛି। ଗତ ୪ ବର୍ଷ ମଧ୍ୟରେ ବିଜେପି ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଏହି ବର୍ଷଗୁଡିକରେ, ୩ ଟି ବଡ ଦଳ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟରୁ ବାହାରିଛନ୍ତି। ଶିବସେନା, ଏବଂ ଲୋକ ଜନଶକ୍ତି ପାର୍ଟି ମେଣ୍ଟରୁ ବାହାରି ଯାଇଛନ୍ତି। ଏଆଇଏଡିଏମ୍‌କେ ତାମିଲନାଡୁରେ ବିଜେପିକୁ ମଧ୍ୟ ଝଟକା ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟର ଅନେକ ଜିଲାରେ ସ୍ଥାନୀୟ ରାଜନୀତିରେ ବିଜେପି ଏବଂ ଏଆଇଏଡିଏମକେ କର୍ମୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ। ରାଜ୍ୟରେ ମୋଟ ୩୯ ଟି ଲୋକସଭା ଆସନ ରହିଛି। ଯାହା ୟୁପି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ବିହାର ପରେ ସର୍ବାଧିକ। ୨୦୧୯ରେ ଭାଜପା ଏଆଇଏଡିଏମ୍‌କେ ସହ ମିଳିତ ଭାବେ ରାଜ୍ୟରେ ୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ନିକଟରେ ଏଆଇଏଡିଏମ୍‌କେରେ ଏକ ବିଦ୍ରୋହ ହୋଇଥିଲା ଏବଂ ଇ. ପାଲାନିସାମୀ ଦଳର ମଙ୍ଗ ଧରିଥିଲେ। ଏରୋଡ ପୂର୍ବରେ ହୋଇଥିବା ଉପ-ନିର୍ବାଚନରେ ଏଆଇଏଡିଏମ୍‌କେରେ ପରାଜୟ ହାସଲ କରିଛି।

ଏହା ପରେ ପଲାନିସାମୀ ଏକ ନୂଆ ରଣନୀତି ଆଧାରରେ କିଛି ଭାଜପା ନେତାଙ୍କୁ ଦଳରେ ସାମିଲ କରିଥିଲେ। ଗତ କିଛି ଦିନ ତଳେ ରାଜ୍ୟ ଭାଜପା ଆଇଟି ସେଲ ମୁଖ୍ୟ ସି.ଟି. ରବିକୁମାରଙ୍କ ନେତୃତ୍ୱରେ ୧୩ ଜଣ ନେତା ଏଆଇଏଡିଏମ୍‌କେରେ ଯୋଗ ଦେଇଥିଲେ। ଭାଜପା ଏହାକୁ ମେଣ୍ଟ ଧର୍ମର ଉଲ୍ଲଂଘନ ବୋଲି କହି ପାଲାନିସ୍ବାମୀଙ୍କୁ ଟାର୍ଗେଟ କରିଥିଲା। ଭାଜପା କହିଥିଲା ଯେ ଦଳର ସମ୍ପ୍ରସାରଣକୁ ନେଇ ଏଆଇଏଡିଏମ୍‌କେ ଭୟଭୀତ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼